Latest Odisha News

BREAKING NEWS

ହାଇଦ୍ରାବାଦରେ ୭.୮ କୋଟି ବ୍ୟୟରେ ଘର କିଣିଲେ ସାମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ୩ ବିଏଚକେ ଡୁପ୍ଲେକ୍ସ ଆପାର୍ଟମେଂଟ କିଣିଛନ୍ତି । ଏହାର ମୂଲ୍ୟ ୭.୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ପୂର୍ବରୁ ସେ ମୁମ୍ବାଇରେ ମଧ୍ୟ ଘର କିଣିଥିଲେ । ରିୟଲ ଇଷ୍ଟେଟ ଅନୁସାରେ ୬ ପାର୍କିଂ ସ୍ଲଟ ସହ ୭୯୪୪ ବର୍ଗଫୁଟ ଅଂଚଳରେ ଏହି ଘର ଅବସ୍ଥାପିତ । ଜୁୁବୁଲି ହିଲରେ ତାଙ୍କର ୧୦୦ କୋଟି ଟଙ୍କାର ବଡ ବଙ୍ଗଳା ରହିଛି । ଏଠାରେ ସେ ତାଙ୍କ ପୂର୍ବତନ ପତି ନାଗା ଚୈତନ୍ୟଙ୍କ ସହ ରହୁଥିଲେ । ସାମନ୍ଥା କାର କିଣିବାକୁ ମଧ୍ୟ ଭଲ ପାଇଥାନ୍ତି ।

ତାଙ୍କ ପାଖରେ ବିଏମଡବ୍ଲ୍ୟୁ ୭ ସିରିଜ, ଲ୍ୟାଣ୍ଡ ରୋଭର, ରେଞ୍ଜ ରୋଭର ଓ ଭୋଗ ଭଳି ଦାମୀ କାର ଅଛି । ହାଇଦ୍ରାବାଦରେ ତାଙ୍କର ୧୫ କୋଟି ମୂଲ୍ୟର ଆଉ ଏକ ଘର ରହିଛି । ପୁଷ୍ପା ଓ ଶକୁନ୍ତଳା ଫିଲ୍ମ ମାଧ୍ୟରେ ସାମନ୍ଥା ଏବେ ବେଶ ଲୋକପ୍ରିୟ ହୋଇ ଉଠିଛନ୍ତି । ତାଙ୍କୁ ବଲିଉଡର ଫିଲ୍ମ ମଧ୍ୟ ଅଫର ହେଉଛି । ରିପୋର୍ଟ ମୁତାବକ ସେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.