Latest Odisha News

BREAKING NEWS

ପୁରୀ ବଗଲା ଧର୍ମଶାଳା ନେଇ ସରକାରଙ୍କୁ ବିଜେପିର ୩ଟି ପ୍ରଶ୍ନ

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ସରକାରଙ୍କୁ ଘେରିଛି ବିଜେପି । ଏହାର ପ୍ରତିବାଦରେ ବିଜେପି ବିଧାୟକ ଓ କର୍ମୀ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଧାରଣାରେ ସାମିଲ ହୋଇଛି । ଜମି ବିକ୍ରି ପଛରେ ବଡ କରାସାଦି ଥିବା ସେ ଅଭିଯୋଗ କରିଛନ୍ତି ।

ଆଜି ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର ସରକାରଙ୍କୁ ୩ଟି ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି, ୧୯୦୫ରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା । ନିୟମ ଅଛି ଦାନ ସଂପତ୍ତି ବିକ୍ରି ହୋଇ ପାରିବ ନାହିଁ । ପୂର୍ବରୁ ପୁରୀ ଓ ବାହାର ଜିଲ୍ଲାବାସୀ ସେଠାରେ ଶସ୍ତାରେ ଧର୍ମ କର୍ମାଦି କରୁଥିଲେ । ମାଗଣାରେ ବି ଦର୍ଶନ କରୁଥିଲେ । ୭୫ ମିଟର କ୍ଷତି ଗସ୍ତଙ୍କ ପାଇଁ ଗୋଟେ ନିୟମ ଓ ଲଜ୍ ମାଲିକଙ୍କ ପାଇଁ ଆଉ ଗୋଟେ ନିୟମ କାହିଁକି ? ଆହୁରି ଜମି ଅଛି ଯାହାକୁ ବିକ୍ରି କରିହେବ ହେଲେ ବଗଲା ଜମି କାହିଁକି?

କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅଧିନରେ କେନ୍ଦ୍ର ୨୦ କୋଟି ଟଙ୍କା ମିଳିଛି, ସେଥିରୁ ୩ କୋଟି ଖର୍ଚ୍ଚ ହୋଇଛି । ଏହା ପରେ ବି ସରକାର କାହିକି ଜମିର କିସମ ବଦଳାଇ ବିକ୍ରି କରିଛନ୍ତି?  ଏବେ ପ୍ରପଟି ଡିଲର ସରକାର ପାଲଟିଛନ୍ତି । ସରକାରୀ ବାବୁ, ବିଧାୟକ ଓ ରାଜନେତା ବଗଲା ଜମି ଜାଗା ନେବା ପାଇଁ ଏଠାରେ ଭିଡ ଜମାଉଛନ୍ତି । ହାଇକୋର୍ଟଙ୍କୁ ଅଣଦେଖା କରି ଏତେ ବଡ ଷଡଯନ୍ତ୍ର କାହିଁକି? ବୋଲି ସମ୍ବିତ ପାତ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଯାହା ପ୍ଳଟିଙ୍ଗ କରାଯାଇଛି ତାହାକୁ ତୁରନ୍ତ ବନ୍ଦ କରାଯାଉ ଏବଂ ପ୍ରସାଦ ଯୋଜନାରେ ଚାଲୁଥିବା ନିର୍ମାଣ କାର‌୍ୟ୍ୟ ଚାଲୁ ରଖାଯାଉ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.