Latest Odisha News

BREAKING NEWS

ବିକ୍ରି ହୋଇନି ପୁରୀ ବଗଲା ଧର୍ମଶାଳା ଜମି: ଜିଲ୍ଲା ପ୍ରଶାସନ

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ପୁରୀ ଜିଲ୍ଲା ପ୍ରଶାସନ । କାହାକୁ ଦିଆଯାଇନି ବଗଲା ଜମି । ଘରୋଇ ଲଜ୍‌ ମାଲିକଙ୍କୁ ଜମି ଦିଆଯାଇନି । ସେବାୟତଙ୍କ ବିସ୍ଥାପନ ପାଇଁ ଜମିର ୧୨% ବ୍ୟବହାର ହୋଇଛି । ୭୫ ମିଟର ଉଚ୍ଛେଦ ବେଳେ ଜମି ହରାଇଥିଲେ ଏହି ସେବାୟତ ।

ବଗଲା ଧର୍ମାଶାଳାର ଜମି ବିକ୍ରିକୁ ବିରୋଧ କରି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଶନିବାର ଧାରଣାରେ ବସିଥିଲେ । ଚଞ୍ଚକତା କରି ଧର୍ମଶାଳାର ଦାନ ଜମିକୁ ଲଜିଂ ମାଲିକଙ୍କୁ ବିକିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମତ ଦେଇଛି ବିଜେପି ।

ଅନ୍ୟପଟେ ବିଜେପି ମୁଖପାତ୍ରଙ୍କ ଏପରି ବିରୋଧ ସମ୍ପୂର୍ଣ୍ଣ ନାଟକ ବାଜି ଓ ଏଥିରେ ଆନ୍ତରିକତା ନାହିଁ ବୋଲି କହିଛନ୍ତି ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଜଗନ୍ନାଥଙ୍କୁ ଆୟୁଧ କରି ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ର‌ଖି ଏପରି ବିରୋଧ କରୁଛନ୍ତି ବୋଲି ମହେଶ୍ବର କହିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମରେ ପ୍ରାୟ ୧୦ ହଜାର ଯାତ୍ରୀଙ୍କ ପାଇଁ ଧର୍ମଶାଳା ନିର୍ମାଣ କରାଯାଉଛି। ଧର୍ମଶାଳା ସଂପର୍କରେ ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନେଉଥିବା ସେ କହିଛନ୍ତି।

Leave A Reply

Your email address will not be published.