Latest Odisha News

BREAKING NEWS

ଆୟର୍ଲାଣ୍ଡ ପକ୍ଷରୁ ଖେଳିବେ କି ସଞ୍ଜୁ ସାମସନ ?

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ନେଇ ଚର୍ଚ୍ଚା କମିବାର ନାମ ଧରୁନି । ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇ ପାରୁ ନ ଥିବାରୁ ପ୍ରଶଂସକମାନେ ବୋର୍ଡ ଉପରେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରି ଆସିଛନ୍ତି । କେରଳରୁ ସଞ୍ଜୁ ୨୦୧୫ରେ ଭାରତ ପକ୍ଷରୁ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୭ ବର୍ଷର ଲମ୍ବା କ୍ୟାରିୟରରେ ସେ ମାତ୍ର ୨୭ ମ୍ୟାଚ ଖେଳିବାକୁ ସକ୍ଷମ ହୋଇଛନ୍ତି । ସିନିୟର ଖେଳାଳି ବିଶ୍ରାମ କିମ୍ବା ଆହତ ହେବା ବେଳେ ତାଙ୍କୁ ଯାହା କିଛି ସୁଯୋଗ ମିଳୁଛି । ବିସିସିଆଇ ତାଙ୍କୁ ଅଣଦେଖା କରୁଥିବା ବେଳେ ଆୟରଲାଣ୍ଡରୁ ଖେଳିବା ପାଇଁ ତାଙ୍କୁ ଅଫର ମିଳିଛି । ସଞ୍ଜୁଙ୍କ ସହ ଏ ନେଇ ବୋର୍ଡ ଯୋଗାଯୋଗ ମଧ୍ୟ କରିଛନ୍ତି ।

ରିପୋର୍ଟ ମୁତାବକ ଆୟର୍ଲାଣ୍ଡ ତାଙ୍କୁ ସମସ୍ତ ଆନ୍ତର୍ଜାତୀୟ ମ୍ୟାଚରେ ସାମିଲ କରିବ ବୋଲି କହିଛି । ଅବଶ୍ୟ ଆୟର୍ଲାଣ୍ଡ ବୋର୍ଡକୁ ସେ ବିନମ୍ର ଭାବେ ମନା କରି ଦେଇଛନ୍ତି । ମୁଁ କେବଳ ଭାରତ ପକ୍ଷରୁ ଖେଳିବା ପାଇଁ ଚାହେଁ । ଅନ୍ୟ ଦେଶ ତରଫରୁ ଖେଳିବା କଥା ମୁଁ ସ୍ୱପ୍ନରେ ଚିନ୍ତା କରୁନି । ଅବଶ୍ୟ ସଞ୍ଜୁ କିମ୍ବା ଆୟର୍ଲାଣ୍ଡ ବୋର୍ଡ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ସଞ୍ଜୁ ୧୧ ଦିନିକିଆରେ ୬୬ ଆଭରେଜରେ ୩୩୦ ଓ ୧୬ ଟି୨୦ରେ ୨୧ ଆଭରେଜରେ ୨୯୬ ରନ କରିଛନ୍ତି ।

Leave A Reply

Your email address will not be published.