Latest Odisha News

ଲଞ୍ଚ ହେଲା ସାମସଙ୍ଗ AI ଫିଚର ବିଶିଷ୍ଟ ଗାଲାକ୍ସି ବୁକ୍ 5 ସିରିଜ ଲାପଟପ୍ , ଜାଣନ୍ତୁ ଦାମ୍ ..

ନୂଆଦିଲ୍ଲୀ:ସାମସଙ୍ଗ ଭାରତରେ AIଫିଚର ଥିବା ନୂଆ ଲାପଟପ୍‌ ସିରିଜ Samsung Galaxy Book5କୁ ଲଞ୍ଚ କରିଛି । ଏହି ସିରିଜରେ Galaxy Book5 360, Galaxy Book5 Pro, ଓ Galaxy Book5 Pro 360 ଲଞ୍ଚ ହୋଇଛି । କମ୍ପାନୀର କହିବାନୁସାରେ, ୟୁଜରମାନେ ଏହି ତିନୋଟି ଲାପଟପ୍ ରେ ମାଇକ୍ରୋସଫ୍ଟର କୋପିଲଟ୍ ପ୍ଲସ୍ ସହିତ ଗାଲାକ୍ସି ଏଆଇ ଫିଚର ମିଳିବ । ସମସ୍ତ ତିନୋଟି ଲାପଟପରେ ଇଣ୍ଟେଲ କୋର ଅଲଟ୍ରା ସିରିଜ୍ 2(Intel Core Ultra Series 2 ) ପ୍ରୋସେସର୍ ବ୍ୟବହାର କରାଯାଇଛି ।  ସାମସଙ୍ଗ ଗାଲାକ୍ସି ବୁକ୍ 5 ସିରିଜ୍ ପ୍ରୋ ମଡେଲରେ ଏକ ଡାଇନାମିକ୍ AMOLED 2X ଡିସପ୍ଲେ, 3K ରିଜୋଲୁସନ, 120Hz ଆଡାପ୍ଟିଭ୍ ରିଫ୍ରେସ୍ ରେଟ୍ ଏବଂ ଭିଜନ୍ ବୁଷ୍ଟର୍ ଟେକ୍ନୋଲୋଜି ପ୍ରଦାନ କରେ ।

Galaxy Book5 360ର ଦାମ 16GB RAM + 512GB ଷ୍ଟୋରେଜ୍ ଭାରିଏଣ୍ଟ ପାଇଁ ₹୧,୧୪,୯୯୦ରୁ ଆରମ୍ଭ ହେଉଥିବାବେଳେ Galaxy Book5 Proର ଦାମ 16GB RAM + 512GB ଷ୍ଟୋରେଜ୍ ପାଇଁ ₹୧,୩୧,୯୯୦ ରହିଛି । ସେହିପରି Galaxy Book5 Pro 360ର ଦାମ 16GB RAM + 512GB ଷ୍ଟୋରେଜ୍ ମଡେଲ ପାଇଁ₹୧,୫୫,୯୯୦ ରହିଛି ।

ତେବେ ସାମସଙ୍ଗ ଗାଲାକ୍ସି ବୁକ୍ ସିରିଜ୍ ପାଇଁ ପ୍ରି-ଅର୍ଡରଗୁଡିକ କମ୍ପାନୀର ଅଫିସିଆଲ୍ ୱେବସାଇଟ୍, ସାମସଙ୍ଗ ଇଣ୍ଡିଆ ସ୍ମାର୍ଟକାଫେ, ରିଟେଲ୍‌ ଷ୍ଟୋର୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ପୋର୍ଟାଲରେ ଲାଇଭ୍ ଅଛି । ମାର୍ଚ୍ଚ ୨୦ରୁ ଗାଲାକ୍ସି ବୁକ୍ 5 ସିରିଜ୍ ବିକ୍ରି ଆରମ୍ଭ ହୋଇଯିବ । ସୁପର-ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଯୋଡି ହୋଇଥିବା ଗାଲାକ୍ସି ବୁକ୍ 5 ସିରିଜ୍ ଲାଇନଅପ୍ ପଚିଶି ଘଣ୍ଟା ବ୍ୟାଟେରୀ ଲାଇଫ୍ ପ୍ରଦାନ କରେ ।

ଏହି ଗାଲାକ୍ସି Book5 ସିରିଜର ସମସ୍ତ ଲାପଟପ୍‌ Windows 11 Home ସହ ଆସିଛି । ସେହିପରି ସମସ୍ତ ଲାପଟପ୍‌ରେ 2MP ଫ୍ରଣ୍ଟ କ୍ୟାମରୋ ରହିଛି, ଯାହାକି 1080p FHD ଭିଡିଓ ରେକର୍ଡ କରିପାରିବ । ଏହି ଲାପଟପ୍‌ରେ Galaxy AI ଫିଚର ଯେପରିକି AI Select ଓ Photo Remaster ଫିଚର ମିଳିବ ।

ସୂଚନାମୁତାବକ, Galaxy Book5 360 ଲାପଟପ୍ ରେ 15.6-ଇଞ୍ଚ FHD AMOLED ଟଚ୍‌ ଡିସପ୍ଲେ, 60Hz ରିଫ୍ରେସ୍‌ ରେଟ୍‌ ଓ S Pen ସପୋର୍ଟ ସହ ଆସିଛି । ଏଥିରେ 68.1Whର ବ୍ୟାଟେରୀ ଦିଆଯାଇଛି । ଏହାର ଓଜନ ୧.୪୬ କେଜି ଥିବାବେଳେ ଲାପଟପ୍‌ ଡଲବି ଅଟମୋସ୍‌କୁ ସପୋର୍ଟ କରେ । ସେହିପରି Galaxy Book5 Pro ଲାପଟପ୍‌ 14-ଇଞ୍ଚ 3K FHD AMOLED ଟଚ୍‌ ଡିସପ୍ଲେ, 120Hz ରିଫ୍ରେସ୍‌ ରେଟ୍‌, S Pen ସପୋର୍ଟ ସହ ଆସିଛି । ଏହି ଡିଭାଇସଟି 63.1Wh ବ୍ୟାଟେରୀ ରହିଛି । ଓଜନ ୧.୨୩ କେଜି ରହିଛି । ଲାପଟପ୍‌ଟି ଡଲବି ଅଟମୋସ୍‌କୁ ସପୋର୍ଟ କରୁଛି । Galaxy Book5 Pro 360 ଲାପଟପ୍‌ଟି 16-ଇଞ୍ଚ 3K AMOLED ଟଚ୍‌ ଡିସପ୍ଲେ , 120Hz ରିଫ୍ରେସ୍‌ ରେଟ୍‌ ଓ S Pen ସପୋର୍ଟ ମିଳିଛି । ଏହାବାଦ ଏଥିରେ 76.1Wh ବ୍ୟାଟେରୀ ଓ ଡଲବି ଅଟମୋସ୍‌ ସପୋର୍ଟ ରହିଛି । ଏହି ଲାପଟପ୍‌ର ଓଜନ ୧.୫୬ କେଜି ରହିଛି ।

Comments are closed.