Latest Odisha News

BREAKING NEWS

ବାଲୁକା କଳାରେ ସୁଭାଷ ଭୋଷ ଓ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି 125ତମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ନେତାଜୀଙ୍କୁ ସୁନ୍ଦର ବାଲୁକା କଳା ନିର୍ମାଣ କରିବା ସହ ଦେଶର ସ୍ୱାଧୀନତାରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି ।

ସେହିପରି ଆଜି ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ । ତାଙ୍କୁ ମଧ୍ୟ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୁରଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.