Latest Odisha News

BREAKING NEWS

ପଢୁଆ ବିଶ୍ୱଜିତଙ୍କ ଲଢୁଆ କାହାଣୀ

ଅନୁଗୁଳ: ତାଳଚେର କଙ୍କେଲି ଗାଁର ୧୮ ବର୍ଷୀୟ ବିଶ୍ଵଜିତ ପ୍ରଧାନ । ଗ୍ରାଜୁଏସନ ପ୍ରଥମ ବର୍ଷର ଛାତ୍ର । ପରିବାର କହିଲେ ମାଆ ରେବତୀ ଓ ଦଶମ ଶ୍ରେଣୀରେ ପଢୁଥିବା ସାନ ଭାଇ । ବିଶ୍ୱଜିତଙ୍କ ବାପା ଜଣେ ନାମକରା ଚାଷୀ ଥିଲେ । କିନ୍ତୁ ୨୦୧୬ରେ ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ହେଲା । ହଠାତ୍ ସମସ୍ତ ଦାୟିତ୍ୱ ଆସିଥିଲା ବିଶ୍ୱଜିତଙ୍କ ମାଆ ରେବତୀଙ୍କ ଉପରକୁ । ଘରର ସମସ୍ତ ଦାୟିତ୍ୱ, ପିଲାମାନଙ୍କ ପାଠପଢା ସହ ଚାଷବାସ ସବୁ ବୁଝିବାକୁ ପଡୁଥିଲ ତାଙ୍କୁ । ତାଙ୍କର ଏକ ଏକର ଜମିରେ ସେ ବର୍ଷା ଋତୁରେ ଧାନ ଏବଂ ଅନ୍ୟ ସମାୟରେ ପନିପରିବା ଯେପରି ଆଳୁ, କାକୁଡି, ଭେଣ୍ଡି , ଝୁଡୁଙ୍ଗ ,ଫୁଲ କୋବି , ମକା , ଏବଂ ଶାଗ ଇତ୍ୟାଦି ଚାଷ କାରିଥାନ୍ତି । ଏଥିସହିତ ତାଙ୍କର ୨ଗୋଟି ଗାଈ ଏବଂ ୨ଟି ବାଛୁରି ମଧ୍ୟ ଅଛି । ତେବେ ଚାଷରେ ବିଶେଷ ଅଭିଜ୍ଞତା ନ ଥିବା ବେଳେ ସେପରି ଆଶାନୁରୂପ ଫସଲ ଅମଳ ହୋଇପାରୁ ନ ଥିଲା । ସେପଟେ ରୋଗ ପୋକ ନିୟନ୍ତ୍ରଣ, ସଠିକ ପାରିମାଣରେ ସାର ପରିଚାଳନା ବି ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଥିଲା ।

ପାଠପଢା ସାଙ୍ଗକୁ ମାଆଙ୍କୁ କିପରି ଚାଷ କାମରେ ସାହାଯ୍ୟ କରିପାରିବେ ସେ ନେଇ ସବୁ ବେଳେ ଉଦ୍ୟମ କରୁଥିଲେ ବିଶ୍ୱଜିତ । ୨୦୧୮ ମସିହାରେ ଦିନେ ସେ ଖବରକାଗଜ ପଢୁଥିବା ସମୟରେ ସେଥିରେ ଥିବା ରିଲାଏନ୍ସ ଫାଉଣ୍ଡେସୋନ କୃଷିବାର୍ତ୍ତା ସମ୍ପର୍କରେ ଜାଣିବାକୁ ପାଇଲେ । ୧୮୦୦-୪୧୯-୮୮୦୦ନିଶୁଳ୍କ ହେଲ୍ପଲାଇନ ନମ୍ବରରେ କୃଷି ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ବିଷୟରେ ବି ଜାଣିଲେ । ସେଇଦିନ ଠାରୁ ସେ ନିଜର ମାଙ୍କୁ ଚାଷ କାର୍ଯ୍ୟରେ ସହାୟତା କରିବେ ତାର ଉପାୟ ସେ ପାଇଥିଲେ । ସେ ସମସ୍ତ ଚାଷର ସମସ୍ୟା ପାଇଁ ରିଲାଏନ୍ସ ଫାଉଣ୍ଡେସନର ହେଲ୍ପଲାଇନରେ କଲ କରି ପରାମର୍ଶ ନେଇ ମାଙ୍କୁ ଅବଗତ କଲେ । ଧୀରେ ଧୀରେ ତାଙ୍କର ଚାଷ କାର୍ଯ୍ୟରେ ହେଉଥିବା ଖର୍ଚ୍ଚ କମ ହେବା ସଙ୍ଗେ ସଙ୍ଗେ ଲାଭ ବଢିବାକୁ ଲାଗିଲା ।

ଏହିବର୍ଷ ସେପ୍ଟେମ୍ବର ମାସରେ ସେ ୦.୩୦ ଏକର ରେ ଜାଗାରେ ଝୁଡୁଙ୍ଗ ଏବଂ ଫୁଲକୋବି ଚାଷ କରିଥିଲେ କିନ୍ତୁ ସେହି ସମୟରେ ବଡ ବଡ ଗ।ତୁଆ ମୂଷା ମାନେ ତାଙ୍କର ସମସ୍ତ ଫସଲକୁ ଖାଇ ଯାଉଥିଲେ ଯେତେ ଉପାୟ କଲେବି ସେ ନିଜର ଫସଲକୁ ଗ।ତୁଆ ମୂଷା ଆକ୍ରମଣ ରୁ ବଞ୍ଚେଇ ପ।ରୁ ନ ଥିଲେ । ଏହାର ସାମାଧାନ ପାଇଁ ସେ ରିଲାୟ୍ୟାନ୍ସ ଫାଉଣ୍ଡେସୋନ ହେଲ୍ପଲାଇନ ନମ୍ବର ୧୮୦୦-୪୧୯-୮୮୦୦ ରେ କଲ କଲେ । ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରିବା ସଙ୍ଗେ ସଙ୍ଗେ କିଛି ସାଧାରଣ ଉପାୟ କରିଥିଲେ । ଏହିସବୁ ଉପାୟ କରିବା ଦ୍ଵାରା ସେ ଗତୁଆ ମୂଷାର ଆକ୍ରମଣରୁ ନିଜ ଫସଲକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଅଧିକ ଲାଭ ମଧ୍ୟ ପାଇଥିଲେ । ତାଙ୍କ କହିବ। ଆନୁସ।ରେ ସେ ସେଇ ମାସରେ ୧୦୦ କିଲୋ ଝୁଡୁଙ୍ଗ ଅମଳ କରିଥିଲେ ଏବଂ ୨୦ ଟଙ୍କା କେଜି ପ୍ରତି ସମୁଦାୟ ୨୦୦୦ ଟଙ୍କାରେ ବଜାରରେ ବିକ୍ରି କରିଥିଲେ ଏବଂ ୨୦୦ ଟି ଫୁଲକୋବି ୨୦ ଟଙ୍କା ଗୋଟା ପ୍ରତି ସାମୁଦାୟ ବାଜାରରେ ୪୦୦୦ ଟଙ୍କାରେ ବିକ୍ରି କରିପାରିଥିଲେ ।

ଗତ ଡିସେମ୍ବର ମାସରେ ତାଙ୍କର ଗୋଟେ ଗାଈ ବାଛୁରି ଜନ୍ମ ଦେଇଥିଲା କିନ୍ତୁ ବାଛୁରିଟି ଜନ୍ମ ହେବା ପର ଠାରୁ ବହୁତ ଦୁର୍ବଳ ଥିଲା, ଜନ୍ମ ହେବାର ୧୫ ଦିନ ପରେ ମଧ୍ୟ ସେ ନିଜ ଗୋଡରେ ଛିଡା ହେଇପାରୁନଥିଲ। କି ଛିଡା ହୋଇ ନିଜ ମା କ୍ଷୀର ମାଧ୍ୟ ଖାଇ ପାରୁନଥିଲା । ଯାହାକୁ ଦେଖି ବିଶ୍ୱଜିତ ଓ ତାଙ୍କ ମାଆ ବହୁତ ବ୍ୟସ୍ତ ହୋଇପଡିଥିଲେ । ତାକୁ ବ୍ଲକ ପ୍ରାଣୀ ଚିକିତ୍ସ।ଳୟ ନେବା ବି ସମ୍ଭବ ନ ଥିଲା । କାରଣ ଏହା ପ୍ରାୟ ଘରଠାରୁ ୧୫ କିଲୋମିଟର ଦୂର । ସେହି ସମୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ଚାଷୀ ଭାଇମାନଙ୍କୁ ନେଇଏକ ହ୍ୱାଟସ୍‌ଆପ୍ ଗ୍ରୁପ ଖୋଲାଯାଇଥିଲା । ଯେଉଁଥିରେ ବିଶ୍ୱଜିତଙ୍କ ପରି ଆହୁରି ୨୫୦ ଜଣ ଚାଷୀ ଭାଇ ସଦସ୍ୟ ଅଛନ୍ତି । ସେହି ଗ୍ରୁପରେ ବିଶ୍ୱଜିତ ବାଛୁରୀର ସମସ୍ୟା ଲେଖିବା ସହ ତାର ଫଟୋ ପୋଷ୍ଟ କରିଥିଲା । କିଛି ସମୟ ମଧ୍ୟରେ ସେଇ ଗ୍ରୁପ ଥିବା ପ୍ରାଣୀ ଚିକିତ୍ସକ ମୋର ବାଛୁରି କି କିଛି ଔଷଧ ଏବଂ କିଛି ଟୀକା ଦେବା ଲାଗି ଉପଦେଶ ଲେଖି ପଠାଇଦେଲେ । ଆଉ ତାକୁ ସେହି ଔଷଧ ଦେବା ପରେ ସେ ସୁସ୍ଥ ହୋଇଗଲା । ଏବେ ସେ ନିଜଗୋଡରେ ଛିଡା ମଧ୍ୟ ହୋଇ ଚଲାବୁଲା କରିବା ସଙ୍ଗେ ସଙ୍ଗେ ମା କ୍ଷୀର ମଧ୍ୟ ଖାଇପାରୁଛି ।

ଏ ନେଇ ବିଶ୍ୱଜିତ କହନ୍ତି, ‘ମୁଁ ଭାବୁଛି ରିଲାଏନ୍ସ ଫାଉଣ୍ଡେସୋନର ସେଇ ସଠିକ ସୂଚନା ଓ ପରାମର୍ଶ ପାଇଁ ମୋର ସେଇ ବାଛୁରିଟିର ଜୀବନ କୁ ମୁଁ ବଞ୍ଚେଇ ପାରିବାରେ ସକ୍ଷମ ହେଇପାରିଛି ।’

ରିଲାଏନ୍ସ ଫାଉଣ୍ଡେସନର ସମସ୍ତ ବିଶେଷଜ୍ଞ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କ ଏପରି ସାହାଯ୍ୟ ପାଇଁ ବିଶ୍ୱଜିତ କୃତଜ୍ଞତା ଜ୍ଞାପନ କରିଛନ୍ତି । ଚାଷୀ ମାନଙ୍କୁ ସଠିକ ସୂଚନା ଓ ପରାମର୍ଶ ମିଳୁ ଥିବାରୁ ଅନେକ ସୁବିଧା ହୋଇପାରିଛି ।

Leave A Reply

Your email address will not be published.