Latest Odisha News

BREAKING NEWS

ଦଶରଥପୁରରେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଉଦ୍ୟମ

ଦଶରଥପୁର ତହସିଲରୁ ଆସିଛି ସାଙ୍ଘାତିକ ଅଭିଯୋଗ

ଯାଜପୁର : ଯାଜପୁରରେ ପୁଣି ମାତିଲେ ବାଲି ମାଫିଆ । ଚଢାଉ ବେଳେ ତହସିଲଦାରଙ୍କୁ ଗାଡି ଚଢାଇବାକୁ ଉଦ୍ୟମ କରିବାକୁ ବି ପଚାଇଲେନି ବାଲି ମାଫିଆ । ଦଶରଥପୁର ତହସିଲରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଦଶରଥପୁର ତଦସିଲଦାର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।ତହସିଲ ଦାର ଅଭିନାଶ ବିଶ୍ୱଜିତ ସେଠୀଙ୍କ କହିବା ଅନୁସାରେ ବୈତରଣୀ ନଦୀ କଷପା ପଞ୍ଚାୟତ ପଲ୍ଲାସାହି ଠାରେ ବାଲିମାଫିଆ ମାନେ ଚୋରା ଚାଲଣ କରୁଥିଲେ ।

ଖବର ପାଇ ତହସିଲ ଦାର ସେଠାରେ ପହଁଞ୍ଚି ଯାଇଥିଲେ । ହଠାତ ତହସିଲଦାରଙ୍କୁ ଦେଖି କିଛି ବାଲି ମାଫିଆ ଟ୍ରାକ୍ଟରରେ ଖସି ପଳାଇଥିଲେ । ଏହି ସମୟରେ ଗୋଟିଏ ଟ୍ରାକ୍ଟର ଧରିଥିଲେ ତହସିଲଦାର । ଗାଡିକୁ ନଦୀ ବନ୍ଧ ଉପରକୁ ଉଠାଇବାକୁ ତହସିଲଦାର କହିଥିଲେ । ହେଲେ ସେହି ସମୟରେ ଟ୍ରାକ୍ଟର ଡ୍ରାଇଭର ତହସିଲଦାରଙ୍କ ଉପରକୁ ଗାଡି ମଡାଇବାକୁ ଉଦ୍ୟମ କରିଥିଲେ ।ଏହି ସମୟରେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ତହସିଲଦାର।

ତେବେ ଜବତ ହୋଇଥିବା ଗାଡିଟି ଥାନାରେ ରହିଛି ।ଜଣେ ଗିରଫ ହୋଇଥିବା ସୂଚନା ମିଳିଛି ।ସେପଟେ ଏହି ଘଟଣାକୁ ବୁଦ୍ଧିଜୀବୀ କହିଛନ୍ତି ତହସିଲଦାରଙ୍କୁ ଗାଡି ମଡାଇବା ଘଟଣା ଦୁର୍ଭାଗ୍ୟ ଜନକ । ବର୍ଷ ବର୍ଷ ଧରି ବାଲି ଚୋରାଚାଲଣ ଚାଲିଛି ।ଏନେଇ ପ୍ରଶାସନ ନିଦାବିଷ୍ଣୁ ସାଜିଛି ବୋଲି ବୁଦ୍ଧୀଜୀବୀ କହିଛନ୍ତି ।

Leave A Reply

Your email address will not be published.