Latest Odisha News

BREAKING NEWS

ଟିକଟକ୍ ଷ୍ଟାର ମୃତ୍ୟୁ ମାମଲା: ଇସ୍ତଫା ଦେଲେ ଶିବସେନା ନେତା ସଞ୍ଜୟ

ପୁଣେ: ଜଣେ ଟିକଟକ୍ ଷ୍ଟାରର ମୃତ୍ୟୁ ମାମଲାରେ ନାମ ଆସିବାରୁ ଚାପରେ ପଡି ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ତଥା ଶିବସେନା ନେତା ସଞ୍ଜୟ ରାଠୋର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଫେବୃୟାରୀ ୮ରେ ହଡପସର ଅଂଚଳରେ ୨୨ ବର୍ଷୀୟା ପୂଜା ଚୌହ୍ୱାନ  ବାଲକୋନୀରୁ ଖସି ପଡି ମୃତ୍ୟୁବରଣ କରିଥିଲେ ।

ବିରୋଧୀ ଦଳର ନକାରାତ୍ମକ ରାଜନୀତି ଯୋଗୁ ମୁଁ ମୋ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇ ଦେଇଛି । ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ସେ ଦାବୀ କରିଛନ୍ତି । ମହିଳା ଜାତୀୟ ଆୟୋଗ ମଧ୍ୟ ରାଜ୍ୟ ସରକାର ଓ ପୁଣେ ପୋଲିସଙ୍କ ଏ ନେଇ ନୋଟିସ ଜାରୀ କରିଛନ୍ତି ।

Leave A Reply

Your email address will not be published.