ଦୁବାଇ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆରମ୍ଭ ହୋଇଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ପାକିସ୍ତାନକୁ ଭାରତ ଟିମ ନ ପଠାଇବା ପଡିଶା ଦେଶର ଖେଳାଳିମାନଙ୍କୁ ବାଧିଛି । ଆଇସିସି ଶେଷ ନିଷ୍ପତି ଅନୁଯାୟୀ ହାଇବ୍ରିଡ ମଡେଲରେ ମ୍ୟାଚ ଆେୟୋଜିତ ହେବ । ଏହା ପୂର୍ବରୁ ୨୦୨୩ ଏସିଆ କପରେ ମଧ୍ୟ ଟିମ ଇଣ୍ଡିଆ ପାକିସ୍ତାନ ଯାଇ ନ ଥିଲା । ଇତି ମଧ୍ୟରେ ପାକିସ୍ତାନର ପୂର୍ବତନ ସ୍ପିନର ସାକେଲନ ମୁସ୍ତାକ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ବିସିସିଆଇକୁ ପାନେ ଦେବାକୁ ପଡିବ । ସେ ଏକ ସାକ୍ଷାତକାରରେ କହିଛନ୍ତି ବିସିସିଆଇ ରଙ୍ଗ ଢ଼ଙ୍ଗ ଆଉ ସହ୍ୟ କରିହେଉ ନାହିଁ ।
ଅଥଚ ଆମ ଦେଶର ଯୁବ ପିଢ଼ୀ ବିରାଟ କୋହଲିଙ୍କ ବ୍ୟାଟିଂ ଓ ଯଶପ୍ରୀତ ବୁମରାହଙ୍କ ବୋଲିଂ ଦେଖିବା ପାଇଁ ବ୍ୟଗ୍ର ହେଉଛନ୍ତି । ସେମାନଙ୍କ ମନୋବୃତି ଅନୁସାରେ ଆମକୁ ମଧ୍ୟ ପରିବର୍ତନ ହେବାକୁ ପଡିବ । ନିକଟରେ ନ୍ୟୁଜିଲାଣ୍ଡ ଟିମ ଭାରତ ଗସ୍ତରେ ଆସିଥିଲା । ଦଳର ସ୍ପିନ କୋଚଙ୍କୁ ଭିସା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା । ଅବଶ୍ୟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୩-୦ରେ ଭାରତକୁ ହରାଇଥିଲା । ସୂଚନାଯୋଗ୍ୟ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଫେବୃୟାରୀ ୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ ।
Comments are closed.