Latest Odisha News

BREAKING NEWS

ମୋଦିଙ୍କ ହାତରୁ ଶାସନ କ୍ଷମତା ଛଡାଇ ନେବା ଆବଶ୍ୟକ: ଶରଦ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ରର ଏକ ରାଲିକୁ ସମ୍ବୋଧିତ କଲା ବେଳେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ସେ କହିଛନ୍ତି ଯେତବେଳେ ମୁଁ କେନ୍ଦ୍ର କୃଷି ମନ୍ତ୍ରୀ ଥିଲି, ସେତେବେଳେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୌଣସି ପକ୍ଷପାତ ନକରି ସାହାଯ୍ୟ କରିଥିଲି, କିନ୍ତୁ ଆଜି ଉକ୍ତ ବ୍ୟକ୍ତି ମୋ ବିରୋଧରେ ବ୍ୟକ୍ତିଗତ ମନ୍ତବ୍ୟ ଦେଉଛନ୍ତି ବୋଲି ପାଓ୍ବାର କହିଛନ୍ତି ।

ମହାରାଷ୍ଟ୍ରର ପୂର୍ବତନ ସିଏମ ଶରଦ ପାୱାର କହିଛନ୍ତି ଯେ, ‘ଆଜି ଯଦି କେହି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଥିସହ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ପାୱାର କହିଛନ୍ତି ଯେ, ଯେତେବେଳେ ଝାଡଖଣ୍ଡ ସିଏମ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେଲେ ସେତେବେଳେ ତାଙ୍କୁ ଜେଲ୍ ପଠାଇ ଦିଆଗଲା’ ।

ସେହିପରି, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତ୍ତି ଦେଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଜେଲ ପଠାଯାଇଛି । ଏହା ଗଣତନ୍ତ୍ର ନୁହେଁ, ଏହା ଏକଛତ୍ରବାଦୀ ଶାସନ । ପାୱାର ଏହା ମଧ୍ୟ କହିଛନ୍ତି ଯେ, ଆମକୁ ମୋଦିଙ୍କ ହାତରୁ ଶାସନ କ୍ଷମତା ଛଡାଇ ନେବାର ସମୟ ଆସିଛି । ଆଜି ମୋଦିଙ୍କ ହାତରେ କ୍ଷମତା ଶକ୍ତି କେନ୍ଦ୍ରୀଭୂତ ହୋଇଛି, ଆମେ ତାଙ୍କ ହାତରୁ କ୍ଷମତା ମୁକ୍ତ କରିବା ଆବଶ୍ୟକ ବୋଲି ଏନସିପି ମୁଖ୍ୟ ।

Leave A Reply

Your email address will not be published.