କଟକ: କେନ୍ଦ୍ରପଡା ଯିବେ ସାରଥି ଓରଫ ସନ୍ତୋଷ ରାଉଳ । କେନ୍ଦ୍ରାପଡା ଜିଲ୍ଲାର ବାରିମୂଳକୁ ଯାଇ ଅସୁସ୍ଥ ଭାଇଙ୍କୁ ଦେଖା କରିବେ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର ସର୍ତ୍ତମୂଳକ ଅନୁମତି ମିଳିଛି । ୨ ମାସରେ କେବଳ ଥରେ ଯାଇ ଭାଇଙ୍କୁ ଦେଖା କରିବାକୁ ମିଳିଛି ଅନୁମତି ।
ହେଲେ ରାତିରେ ସାରଥି କେନ୍ଦ୍ରାପଡାରେ ରହି ପାରିବେନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେ ସକାଳ ସାଢେ ୫ଟା୩୦ ରୁ ସନ୍ଧ୍ୟା ୫ଟା ମଧ୍ୟରେ ଦେଖା କରିପାରିବେ । ଏଥିପାଇଁ ପ୍ରଥମେ ଟ୍ରାଏଲ୍ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨ ଶହରୁ ଅଧିକ ଲୋକ ସମାଗମ ନକରିବା ଓ ପ୍ରବଚନ ଦେବା ଉପରେ ଲାଗିଥିବା ଅଙ୍କୁଶ ବଳବତ୍ତର ରହିବ । ଏହି ସର୍ତ୍ତ କୋହଳ କରିବାକୁ କୋର୍ଟ ସିଧାସଳଖ ମନା କରି ଦେଇଛନ୍ତି । କିନ୍ତୁ ଯିବା ଆଗରୁ ପୋଲିସ ଏବଂ ୭ ଦିନ ପୂର୍ବରୁ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
କେନ୍ଦ୍ରାପଡା ନଯିବାକୁ ଓ ୨ ଶହରୁ ଅଧିକ ସମାଗମ ନକରିବାକୁ ପୂର୍ବରୁ ଜାମିନ ସର୍ତ୍ତ ଥିଲା ।
Comments are closed.