Latest Odisha News

BREAKING NEWS

ଚାରିଧାମ ପ୍ରକଳ୍ପକୁ ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌

ନୂଆଦିଲ୍ଲୀ: ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଚାରିଧାମ ସଡକ ପ୍ରଶସ୍ତିକରଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଜଷ୍ଟିସ ଡି.ଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ମଧ୍ୟ ପୂର୍ବତନ ଜଷ୍ଟିସ ଏ.କେ ସିକ୍ରିଙ୍କ ନେତୃତ୍ୱରେ ଏକ ମନିଟରିଂ କମିଟି ଗଠନ କରିଛି ଯାହା ସୁପ୍ରିମକୋର୍ଟଙ୍କୁ ଏହି ପ୍ରକଳ୍ପ ବିଷୟରେ ସମୟ ସମୟରେ ଅବଗତ କରାଇବ।

ପ୍ରତିରକ୍ଷା ମନ୍ତ୍ରଣାଳୟ, ସଡକ ପରିବହନ ମନ୍ତ୍ରଣାଳୟ, ଉତ୍ତରାଖଣ୍ଡ ସରକାର ଏବଂ ସମସ୍ତ ଜିଲ୍ଲା ଜଜ୍ ଏହି ମନିଟରିଂ କମିଟିକୁ ସମର୍ଥନ କରିବେ। ନିକଟ ଅତୀତରେ ଚୀନ୍ ସହିତ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ରାସ୍ତା ଦେଇ ଭାରତୀୟ ସେନା ଚୀନ୍ ସୀମାରେ ପହଞ୍ଚିବାରେ ସକ୍ଷମ ହେବ।

ଏହାପୂର୍ବରୁ ନଭେମ୍ବର ୧୧ରେ, ଚାରିଧାମ ପ୍ରକଳ୍ପରେ ରାସ୍ତାର ମୋଟେଇ ବୃଦ୍ଧି ହେବାର ଶୁଣାଣି ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସ୍ଥଗିତ ରଖିଥିଲେ। କୋର୍ଟ ଉଭୟ କେନ୍ଦ୍ର ଏବଂ ଆବେଦନକାରୀଙ୍କ ଯୁକ୍ତି ବିଷୟରେ ବିସ୍ତୃତ ଭାବରେ ଶୁଣିବାକୁ ପାଇଥିଲେ ଏବଂ ଉଭୟ ପକ୍ଷଙ୍କୁ ଲିଖିତ ଆକାରରେ ପରାମର୍ଶ ଦେବାକୁ କହିଥିଲେ।

୧୨୦୦୦ କୋଟି ଟଙ୍କା ବ୍ୟୟବରାଦ ୯୦୦ କିଲୋମିଟର ଲମ୍ବ ଚାରିଧାମ ପ୍ରକଳ୍ପ, ଉତ୍ତରପ୍ରଦେଶର ଚାରିଟି ପବିତ୍ର ସହର – ଯମୁନୋତ୍ରି, ଗଙ୍ଗୋତ୍ରି, କେଦାରନାଥ ଏବଂ ବଦ୍ରିନାଥକୁ ସବୁ-ପାଣିପାଗ ସଂଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.