Latest Odisha News

BREAKING NEWS

ହାପି ବର୍ଥ ଡେ’ ଦିବ୍ୟାଙ୍କା

ମୁୁମ୍ବାଇ : ଆଜି ବଲିଉଡ୍ ଟେଲି ଆକ୍ଟ୍ରିସ୍ ଦିବ୍ୟାଙ୍କା ତ୍ରିପାଠୀଙ୍କ ବର୍ଥ ଡେ’ । ଦିବ୍ୟାଙ୍କା ତାଙ୍କର ୩୭ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏନେଇ ବଲିଉଡ ଜଗତରୁ ଦିବ୍ୟାଙ୍କାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ହେଲେ ଏଥର ବର୍ଥ ଡେ କୁ ଦିବ୍ୟାଙ୍କା ଦୁବାଇରେ ସେଲିବ୍ରେସନ କରୁଛନ୍ତି ।୧୯୮୪ ମସିହା ଭୋପାଳରେ ଦିବ୍ୟାଙ୍କାଙ୍କ ଜନ୍ମ। ଅଭିନୟ କରିବାର ଇଚ୍ଛା ତାଙ୍କୁ ଆଜି ସଫଳତା ଦେଇଛି ।

ପ୍ରଥେମେ ସେ ଭୋପାଲ ଅଲ୍ ଇଣ୍ଡିଆ ରେଡିଓରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ”ବନୁ ମେ ତେରୀ ଦୁଲହନ” ସିରିଏଲରେ ଟିଭିରେ ଡେବ୍ୟୁ କରିଥିଲେ । ପରେ ସେ ଅନେକ ଟିଭି ସୋ ରେ କାମ କରି ଦର୍ଶକଙ୍କ ପ୍ରଶଂସା ସାଉଟିଥିଲେ । ପରେ ସେ ”ୟେ ହେ ମହୋବତେ” ସିରିଏଲରେ ଲିଡ୍ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନକୁ ବେଶ୍ ଛୁଇଁ ପାରିଥିଲେ ।

ସେ ୨୦୧୬ରେ ଟିଭି ଆକ୍ଟର ବିବେକ ଦହିୟାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ । ଏବେ ଦିବ୍ୟାଙ୍କା ଓ ବିବେକ ମୁମ୍ବାଇରେ ରହୁଛନ୍ତି । ଆଜି ଦିଭ୍ୟାଙ୍କାଙ୍କ ଜନ୍ମଦିନ ହୋଇଥିବାରୁ ନିଜର ଜନ୍ମ ଦିନକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କରୁଛନ୍ତି ଦିଭ୍ୟାଙ୍କା ।

Leave A Reply

Your email address will not be published.