ନୂଆଦିଲ୍ଲୀ: ନିର୍ଦ୍ଧିଷ୍ଟ ୟୁପିଆଇ କାରବାର ପାଇଁ ନୂତନ ଏମଡିଆର ବ୍ୟବସ୍ଥାକୁ ଚାଲେଂଜ କରୁଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଆରବିଆଇ ଓ ଏନପିସିଆଇଙ୍କ ଠାରୁ ଜବାବ୍ ଲୋଡିଛନ୍ତି । ଏହି ପ୍ରସଙ୍ଗରେ ସୋମବାର କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରତି ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଅଂଜନ ଦତଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ରିଟ୍ ପିଟିସନ୍ ଉପରେ ଶୁଣାଣି କରି କେନ୍ଦ୍ର କାରଣ ଦର୍ଶାଇବାକୁ ରାୟ ଦେଇଛନ୍ତି । ପିଟିସନରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ୱାରା ସେପଟେମ୍ବର ୧୪ ଏବଂ ୧୫ ତାରିଖରେ ଜାରି କରାଯାଇଥିବା ସେହି ଗ୍ୟାଜେଟ୍ ବିଜ୍ଞପ୍ତିକୁ ଚାଲେଂଜ କରାଯାଇଥିଲା । ଯେଉଁଥିରେ ୨୦ହଜାର ଟଙ୍କାରୁ ଅଧିକ ମୂଲ୍ୟର ବାଣିଜ୍ୟିକ ୟୁପିଆଇ କାରବାର ଉପରେ ଶୁଲ୍କ ଲାଗୁ କରାଯିବା ନେଇ ଘୋଷଣା ହୋଇଥିଲା । ୟୁନିଅନ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏନ. ଭେଙ୍କଟରମଣ ଉପସ୍ଥାପନ କରିଥିଲେ ଏହି ଶୁଳ୍କ ଅକ୍ଟୋବର ୧୫ରୁ ଲାଗୁ ହେବ । ୯୬ ପ୍ରତିଶତ କାରବାର ପାଇଁ ଏହି ଶୁଳ୍କ ଲାଗୁ ହେବନାହିଁ । ଅତ୍ୟାବଶ୍ୟକ ସେବା ପାଇଁ ଶୁଳ୍କ ୫ଟଙ୍କା ପର୍ଯ୍ୟନ୍ତ ସୀମିତ କରାଯାଇଛି । ଏହା କୌଣସି ଟିକସ କି ଶୁଳ୍କ ନୁହେଁ ବୋଲି ସେ ଯୁକ୍ତି ବାଢିଥିଲେ । ଏହା ଏକ ବୈଷୟିକ ପ୍ରସଙ୍ଗ ସତ୍ୟପାଠ ଜରିଆରେ ଜଣାନ୍ତୁ ବୋଲି ବିଚାରପତି କହିଥିଲେ । ଯଦି ଏହା ଶୁଳ୍କ ନୁହେଁ, ଅର୍ଥ ଆଦାୟ ପାଇଁ ଏହାର ପ୍ରଶାସନିକ ଆଧାର କଣ ଏଥିପାଇଁ କେଉଁ ସେବା ପ୍ରଦାନ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଚାରପତି । ଭାରତ ସରକାର ଏହି ବାବଦରେ ଗୋଟିଏ ଟଙ୍କା ନେଉନଥିବା ଏଏସଜି ୟୁକ୍ତି ବାଢିଥିବା ବେଳେ ଏହା ପେମେଂଟ ଏଗ୍ରିଗେଟର ଓ ବ୍ୟାଙ୍କ ଗୁଡିକ ମଧ୍ୟରେ ହୋଇଥିବା ବ୍ୟବସ୍ଥାଗତ ଶୁଳ୍କ ବା ସେଟେଲମେଂଟ ଫି ବୋଲି କହିଛନ୍ତି । ବ୍ୟାଙ୍କ ଗୁଡିକ ଦ୍ୱାରା ହେଉଥିବା ଇଲେକଟ୍ରୋନିକ୍ସ କାରବାର କରାଯାଉଥିବା ବେଳେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ କାରବାର ଉପରେ ଶୁଳ୍କ ଲାଗୁ ହୋଇଥାଏ । ୟୁପିଆଇ ପେମେଂଟକୁ ଏହି ଶୁଳ୍କରୁ ମୁକ୍ତ ରଖାଯାଇଥିଲା । ହେଲେ ଏହି ବ୍ୟବସ୍ଥାକୁ ସୁଚାରୁ ରୂପେ ଚଳାଇବାକୁ ଏହି ଶୁଳ୍କ ଲାଗୁ କରିବା ଜରୁରୀ ବୋଲି ଯୁକ୍ତି ବାଢିଥିସଲେ ଓକିଲ । ବିଚାରପତି ବାଗଚୀ ଆଇୟକର ଆଇନ ଧାରାର ଉଲ୍ଲେଖ କରିଥିଲେ । ଯେତେବେଳେ ଖଣ୍ଡପୀଠ କେନ୍ଦ୍ର ସରକାର, ଆରବିଆଇ ଓ ଏନପିସିଆଇକୁ ନୋଟିସ୍ ଜାରି କଲେ, ଆବେଦନକାରୀଙ୍କ ଓକିଲ ନିଷ୍ପତି ଉପରେ ରୋକ୍ ଲଗାଇବା ବା ସ୍ଥଗିତାଦେଶ ପାଇଁ ଅନୁରୋଧ କରିଥିଲେ । ବାଣିଜ୍ୟିକ ୟୁପିଆଇ କାରବାର ଉପରେ ଶୁଳ୍କ ଲାଗୁ କରାଗଲେ ତାହା ସାଧାରଣ ଜନତାଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇପାରେ । ବ୍ୟବସାୟୀଙ୍କ ଉପରେ ଶୁଳ୍କ ବୋଝ ରହିଲେ ଗ୍ରାହକଙ୍କ ଉପରେ ଖର୍ଚ୍ଚର ବୋଝ ଲଦିପାରନ୍ତି । ଏହାକୁ ନଜରଅନ୍ଦାଜ କରି ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତି ଉପରେ ସ୍ଥଗିତାଦେଶ ଲଗାଇନାହାନ୍ତି ସତ ହେଲେ ୟୁପିଆଇକୁ ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- UPI ପ୍ରସଙ୍ଗ, MDRରେ ଲାଗିବନି ରୋକ୍, କେନ୍ଦ୍ର ଦିଅ ସତ୍ୟପାଠ: ସୁପ୍ରିମକୋର୍ଟ
- ରାଜ୍ୟରେ ନିଖୋଜ ହୋଇଛନ୍ତି ୧୯ ହଜାର ମହିଳା ଓ ଶିଶୁ
- ଟ୍ରମ୍ପଙ୍କ ପ୍ରଚାରରେ ଖର୍ଚ୍ଚ ହେଉଛି କି ସରକାରୀ ପାଣ୍ଠି!
- ଗାନ୍ଧୀ ମାର୍ଗରେ ବିଜେଡିର ଗର୍ଜନ, MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
- ଘରେ ଲଗାଇଛନ୍ତି କି ଏହି ୫ଟି ଗଛ? ହୋଇଯିବେ ଗରିବ, ସାବଧାନ ରୁହନ୍ତୁ
- ଭୁଶୁଡ଼ିଲା ୩ ମହଲା କୋଠା; ୬ ମୃତ
- ବିଧାନସଭାର ୫ମ ଦିନରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
- ଶାହୀ ମସଜିଦ ଭାଙ୍ଗିବା ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼
- ଶେୟାର ମାର୍କେଟରେ ହାହାକାର; ଆରମ୍ଭରୁ ୯୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ୬ ଲକ୍ଷ କୋଟି…
- ବିଧାନସଭାରେ ଉଠିଲା ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା ରୁଜୁ
