Latest Odisha News

BREAKING NEWS

‘ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି, ଏବର୍ଷ ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ’

ଭୁବନେଶ୍ୱର: ଏ ବର୍ଷ ନୁହେଁ ଆଗାମୀ ବର୍ଷ ପିଲାଙ୍କୁ ମିଳିବ ସଂଶୋଧିତ ବହି । ଏନେଇ ସୂଚନା ଦେଲେ SCERT ନିର୍ଦ୍ଦେଶିକା । ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ । ପୂର୍ବରୁ ଥିବା ବହିରେ ଯେଉଁ ଭୁଲ ରହିଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ ପୁସ୍ତିକା ମାଧ୍ୟମରେ ସ୍କୁଲଗୁଡ଼ିକୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ଏବର୍ଷ ଯେଉଁ ତ୍ରୁଟି ରହିଛି, ଶିକ୍ଷକମାନଙ୍କୁ ଜଣାଇ ଦିଆଯାଇଛି । ଶିକ୍ଷକମାନେ ଶ୍ରେଣୀ ଗୃହରେ ପିଲାଙ୍କ ବହିକୁ ସଂଶୋଧନ କରି ପଢ଼ାଇବେ । ଆଗାମୀ ବର୍ଷ ସଂଶୋଧିତ ବହି ପ୍ରକାଶ କରି ପିଲାଙ୍କୁ ଦିଆଯିବ ।

ଅନ୍ୟପଟେ, ଗ୍ରୀଷ୍ମନ ଛୁଟି ପରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଆଜିଠାରୁ ସ୍କୁଲ ଗୁଡିକ ଖୋଲାଯାଇଛି । ହେଲେ ତ୍ରୁଟିଯୁକ୍ତ ବହି ପଢିବାକୁ ବାଧ୍ୟ ହୋଇଛନ୍ତି ଛାତ୍ରଛାତ୍ରୀ । ପାଠ୍ୟପୁସ୍ତକରେ ସମସ୍ୟାର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ନିଜେ ପାଠ୍ୟବହି ମଗାଇ ସମୀକ୍ଷା କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭୁଲ୍ କିପରି ହେଲା ଜାଣିବା ଲାଗି ଏକ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଗଠନ କରାଯାଇଛି । ରିପୋର୍ଟ ଆସିବା ପରେ ଦାୟୀ ଅଧିକାରୀ ଓ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.