Latest Odisha News

ମାଲକାନଗିରି ପୋଲିସକୁ ବଡ଼ ସଫଳତା, ମାଓଗଡ଼ ତୁଳସୀ ପାହାଡ଼ରୁ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା । ମାଓଗଡ଼ ତୁଳସୀ ପାହାଡ଼ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ମାଲକାନଗିରି DVF ଯବାନ ।

ସୂଚନା ଅନୁସାରେ, ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରେ ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ବିପୁଳ ପରିମାଣର ମାଓ ବିସ୍ପୋରକ ଲୁଚାଇ ରଖିଥିଲେ । DVF ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡ଼ମ୍ପର ସନ୍ଧାନ ପାଇ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ୧୫୦ଟି ଜିଲୋଟିନ୍ ଷ୍ଟିକ୍, ୧୩ଟି ଲ୍ୟାଣ୍ଡମାଇନ୍, ଗୋଟିଏ ଦେଶୀ ବନ୍ଧୁକ, କଡ଼େକ୍ସ ତାର ଆଦି ରହିଛି । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି SP ନିତିନ ୱାଡ଼ୱାନୀ।

Leave A Reply

Your email address will not be published.