Latest Odisha News

BREAKING NEWS

ଗତକାଲି ଅପେକ୍ଷା ଆଜି ଦେଶରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କମିବା ପରେ ଆଜି ବଢିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦ହଜାର ୬୧୫ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧୧ ପ୍ରତିଶତ ଅଧିକ ବଢ଼ିଛି । ଦେଶରେ ପଜିଟିଭ୍ ହାର ରହିଛି ୨.୪୫ ପ୍ରତିଶତ ।

ପାଞ୍ଚଟି ରାଜ୍ୟ କେରଳ, ମହାରାଷ୍ଟ୍ର, ମିଜୋରାମ୍, କର୍ଣ୍ଣାଟକ ଓ ରାଜସ୍ଥାନରେ ଅଧିକ ରହିଛି ଦୈନିକ ସଂକ୍ରମଣ । କେରଳରୁ ସର୍ବାଧିକ ୧୧ହଜାର ୭୭୬ ପଜିଟିଭ୍ ବାହାରିଛି । ମହାରାଷ୍ଟ୍ରରୁ ଆଉ ୨୮୩୧ ଜଣ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୫୧୪ ଜୀବନ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୮୨ହଜାର ୯୮୮ ସଂକ୍ରମିତ । ଏବେ ଦେଶରେ ୩ଲକ୍ଷ ୭୦ହଜାର ୨୪୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.