ବିଭୂ ପ୍ରସାଦ ତ୍ରିପାଠୀ
ଚଳିତ ବର୍ଷର ଶେଷ ଭାଗରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷମାନେ ନୂଆ ବର୍ଷ ପାଳନ କରିବା ଅବସରରେ ସମ୍ବଲପୁରରେ ଜେଲରେ ଥିବା ଆଇନଜୀବୀ ବନ୍ଧୁମାନଙ୍କ ବିଷୟ ମତେ ଗଭୀର ଭାବରେ ବ୍ୟଥିତ କରିଛି। ଏହି ପରିପ୍ରେକ୍ଷୀରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୨ ତାରିଖ ରାୟ ରାଜ୍ୟର ଆଇନଜୀବୀମାନଙ୍କ ମଧ୍ୟରେ ଆଶଙ୍କା ସଂଶୟ ଓ ବିସ୍ମୟ ଭାବ ସ୍ରୁଷ୍ଟି କରିଛି । କିନ୍ତୁ ଏସବୁ ସମ୍ପର୍କରେ ଆତ୍ମ ସମୀକ୍ଷା ଓ ଆଇନଗତ ବିତର୍କ ପାଇଁ କୌଣସି ସ୍ତରରେ ପ୍ରଚେଷ୍ଟା କରାଯାଇ ନାହିଁ । ଆଇନଜୀବୀମାନଙ୍କ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଯେ କୌଣସି ସୃଜନଶୀଳ ସ୍ୱାଧୀନଚେତା ସାଧାରଣ ଲୋକଟି ମନରେ ମଧ୍ଯ ଅନେକ୍ ଅସମାହିତ ପ୍ରଶ୍ନ ଉଙ୍କି ମାରିଛି । ଜିଲ୍ଲା ପ୍ରଶାସନ, ରାଜ୍ଯ ପ୍ରଶାସନ ଓ ଆଇନୀଜୀବୀମାନଙ୍କ ମଧ୍ୟରେ ଥିବା ନେତୃତ୍ବ ନେଇଥିବା ଆଇନଜୀବୀଙ୍କ ଛଡା ରାଜ୍ୟର ସବୁ ବର୍ଗର ବ୍ୟକ୍ତି ବିଶେଷମାନେ ସବୁ ଶ୍ରେଣୀର ଓ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ପାଇଁ ସବୁ ଶ୍ରେଣିର ଆଇନଜୀବୀଙ୍କ ବ୍ୟକ୍ତିତ୍ୱ ସାମର୍ଥ୍ୟ ଉପରେ ମଧ୍ଯ ଅନେକ୍ ମୌଳିକ ପ୍ରଶ୍ନର ସିଧାସଳଖ ଉତ୍ତର ଆଶା କରୁଛି । ଆଇନଜୀବୀମାନଙ୍କ ମଧ୍ୟରେ ଥିବା ନେତୃ ବର୍ଗଙ୍କର ଅଭାବନୀୟ ତଥା ଅସମ୍ଭବ ନୀରବତା ମଧ୍ୟ ଆଇନଜୀବୀ ସମାଜକୁ ବ୍ୟଥିତ କରୁଛି ।
ଆଇନଜୀବୀମାନେ ନ୍ୟାୟପାଳିକାର ପ୍ରମୂଖ ଅଙ୍ଗ । ସେମାନେ ମଧ୍ଯ କୋର୍ଟର ଅଫିସର ଭାବେ ପରିଗଣିତ ହୁଅନ୍ତି । ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ସ୍ଵାଧୀନତାକୁ ରକ୍ଷା କରିବା ଦିଗରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ଗଣତାନ୍ତ୍ରିକ ବିଧି ବ୍ଯବସ୍ଥାରେ ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟପାଳିକାର ପବିତ୍ରତା ଓ ସ୍ଥାୟିତ୍ଵ ରକ୍ଷା କରିବାର ଦାୟିତ୍ଵ ମଧ୍ଯ ଆଇନଜୀବୀଙ୍କର ବୋଲି ଅନେକ ଉପଲବ୍ଧି କରନ୍ତି ।ଆଦର୍ଶ ଅନୁଭୂତି ଓ ଆଇନ ଜ୍ଞାନ ପ୍ରତି ଆସକ୍ତି ବୃଦ୍ଧି କରିବା ଦିଗରେ ବାର ଆସୋସିସନଗୁଡ଼ିକର ଅବଦାନକୁ ବିଚାରପତିମାନେ ଖୋଲାଖୋଲି ଭାବେ ସ୍ୱୀକାର କରନ୍ତି । ଭାରତବର୍ଷର ନ୍ୟାୟପାଳିକାର ସମସ୍ତ ରାୟ ଆଜି ବିଶ୍ଵ ଦରବାରରେ ଆମକୁ ଯେଉଁ ସମ୍ମାନ ଆଣିଛି ତାହା ବହୁ ଆଇନଜୀବୀମାନଙ୍କର ପେଶାଗତ ଦକ୍ଷତାର ପ୍ରତିଫଳନ । ଅନେକ୍ ଆଇନଜୀବୀ ପେଶାଗତ ଜୀବନର ମଧ୍ୟାହ୍ନରେ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ମଧ୍ୟ ଆଇନଜୀବୀମାନଙ୍କ ବାର ଆସୋସିଏସନ କିଭଳି ସେମାନଙ୍କ ଶିକ୍ଷାର ମନ୍ଦିର ଓ ପରିବାର ସେ ସମ୍ପର୍କରେ ମଧ୍ୟ ମନ୍ତବ୍ୟ ଦେବାର ନଜିର ରହିଛି । ଅନେକ୍ ବିଚାରପତି ଆଇନ୍ ପେସାରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ପେଶାଗତ ଜୀବନ ପ୍ରବାହରେ ବରିଷ୍ଠ ଆଇନଜୀବୀମାନଙ୍କ ଅବଦାନକୁ ମଧ୍ୟ ମନେ ପକାନ୍ତି । ଆଦର୍ଶ, ଅନୁଭୂତି ଓ ଆଇନ୍ ପ୍ରତି ଆସକ୍ତି ବୃଦ୍ଧି କରିବା ଦିଗରେ ବାର ଆସୋସିଏସନଗୁୁଡ଼କର ଭୂମିକାକୁ ସର୍ବୋପରି ଏଥିରେ ବିଚାରପତିଙ୍କର ଦ୍ୱିମତ ନାହିଁ ।
କିନ୍ତୁ ବାର ଆସୋସିଏସନଗୁଡ଼ିକର ନେତୃତ୍ୱ ନେବାକୁ ଅନେକ୍ ବରିଷ୍ଠ ଓ ପେଶାରେ ଦକ୍ଷତା ଥିବା ଆଇନଜୀବୀମାନେ ଆଗଭର ନହେବା ଆଇନଜୀବୀମାନଙ୍କ ନେତୃତ୍ୱକୁ ଗୋଟିଏ ସଙ୍କଟ ମଧ୍ୟକୁ ଟାଣି ନେଇଛି । ଆମେ ସମସ୍ତେ ହୃଦୟଙ୍ଗମ କରିଥାଉ ଯେ ଜଣେ ଭଲ ଆଇନଜୀବୀ ଯାହାର ସାରା ଦିନର ଚିନ୍ତା ଚେତନା, ଏପରିକି ଅବଚେତନ ମନ ନିଜ ମହକିଲକୁ ନ୍ୟାୟ ଦେବାଲାଗି ସତତ ତତ୍ପର ସେହି ପେଶାଗତ ପକ୍ଷ ଆଇନଜୀବୀଙ୍କ ପାଇଁ ବାର ଆସୋସିଏସନକୁ ଦିଗଦର୍ଶନ ଦେବା ଲାଗି ସମୟ ଦେବା ଅନେକ୍ ସମୟରେ ଅସମ୍ଭବ ହୋଇପଡ଼େ । କିନ୍ତୁ ବାର ଆସୋସିଏସନ ଗୃହ ମଧ୍ୟରେ ହେଉଥିବା ସକାରାତ୍ମକ ତର୍କପୂର୍ଣ୍ଣ ଆଲୋଚନା ଓ ବିଚାର ଅନେକ୍ ସମୟରେ ବାରଗୁଡ଼କର ସମସ୍ୟାର ସମାଧାନ ପାଇଁ ବିକଳ୍ପର ସନ୍ଧାନ କରିଥାଏ । ନିଜର ପେଶାଗତ ଜୀବନକୁ ସମ୍ୱବୃଦ୍ଧଶାଳୀ କରି ଗଢ଼ି ତୋଳିବାକୁ ଯେଉଁ ବାର ଆସୋସିଏସନର ଅବଦାନ ରହିଛି ସେହି ବାରର ଆହ୍ଵାନରେ ପୂର୍ବସୂରୀମାନଙ୍କ ଭଳି ବରିଷ୍ଠ ଆଇନଜୀବୀମାନେ ନେତୃତ୍ୱ ନନେଲେ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ ଆଇନଜୀବୀମାନଙ୍କ ପ୍ରମୁଖ ଭୂମିକା ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ିବ ।
ଆଇନଗତ ଅଧିକାରକୁ ସାବ୍ୟସ୍ତ କରିବାଲାଗି ଯେତେବେଳେ ସମାଜରେ ପ୍ରତିବାଦ, ଭିନ୍ନମତ ଓ ବିରୋଧକୁ ଦବାଇବା ପାଇଁ ବ୍ୟକ୍ତିକୁ ରାଷ୍ଟ୍ରର ସାମ୍ବିଧାନିକ ସୁରକ୍ଷା ମିଳେନାହିଁ ସେତେବେଳେ ସେହି ବ୍ୟକ୍ତିଟି ନ୍ୟାୟପାଳିକାର ଦ୍ୱାରସ୍ଥ ହେବା ବେଳେ ନ୍ୟାୟର ମୂଳ ଉତ୍ସ ସମ୍ବିଧାନର ବ୍ୟବହାର ଲାଗି ଆଇନଜୀବୀମାନଙ୍କ ସହାୟତା ଲୋଡ଼ିଥାଏ। ଠିକ୍ ସେହିପରି ନିଜର ଆଇନଗତ ଅଧିକାରକୁ ସାବ୍ୟସ୍ତ କରିବା ଲାଗି କୋର୍ଟ କଚେରୀକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଆଇନଜୀବୀ ଓ ବିଚାରପତିମାନେ ଇଶ୍ଵର ଭଳି ପ୍ରତୀୟମାନ ହୁଅନ୍ତି । କିନ୍ତୁ ଜଣେ ଆଇନଜୀବୀର କୌଣସ ଦରମା ନଥାଏ । ସେମାନଙ୍କର ଆୟର ମଧ୍ୟ କୌଣଷି ସ୍ଥିରତା ନଥାଏ । ଜୀବନବ୍ୟାପୀ ଆଇନଜୀବୀଟିର ପେଶାଗତ ଜୀବନର କୌଣସି ସାମାଜିକ ନିରାପତ୍ତା ନଥିବା ବେଳେ ଆଇନଜୀବୀଟିଏ ନିଜର ଅଧିକାର ପାଇଁ ଯେଉଁ ପ୍ରଶ୍ନ ଉଠାଇ ଥାଏ, ଏଥିସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥାଏ ସେହି ଆଇନଜୀବୀର ସ୍ଵାଧୀନତା ମର୍ଯ୍ୟାଦା ଓ ସ୍ୱାଭିମାନ । ଜନପ୍ରିୟତା ପଛରେ କୌଣସି ଆଇନଜୀବୀ କେବେ ଗୋଡାଇବା ପାଇଁ ଉଦ୍ୟମ କରେ ନାହିଁ, କିନ୍ତୁ ସାମ୍ବିଧାନିକ ବିଧି ବ୍ୟବସ୍ଥାର ବିବେକର ଆହ୍ଵାନରେ ଅନେକ୍ ସମୟରେ ଯେଉଁ ଆନ୍ଦୋଳନରେ ସାମିଲ୍ ହୋଇଥାଏ । ସେହି ଅନ୍ଦୋଳନର ରଣନୀତିକୁ ମଧ୍ୟ ନେତୃତ୍ୱ ଦେବା କ୍ଷେତ୍ରରେ ବରିଷ୍ଠ ଆଇନଜୀବୀ ମାନଙ୍କ ପ୍ରମୁଖ ଭୂମିକା ରହିଛି ।
ନିଜର ପେଶାଗତ ବୃତ୍ତିକୁ ନେଇ ଯେତେବେଳେ ବିପଦ ସୃଷ୍ଟି ହୁଏ , ସେତେବେଳେ ଆଇନଜୀବୀ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବା ବଦଳରେ ସାମୁହିକ ସମୀକ୍ଷା କରିବାର ଆବଶ୍ୟକତା ଚଳିତ ବର୍ଷରେ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଉପଲବ୍ଧ ହେଉଛି । ଜଣେ ଆଇନଜୀବୀ ନିଜର ପେଶାଗତ ଜୀବନ ନିଜର ବ୍ୟକ୍ତିଗତ ଜୀବନରୁ ମୁକ୍ତ ରଖିବା ଅନେକ୍ ସମୟରେ ଅସମ୍ଭବ ହୋଇ ପଡ଼ିଥାଏ । ଏବଂ ଏହାର ପ୍ରଭାବ ସମାଜ ଉପରେ ମଧ୍ୟରେ ପ୍ରତିଫଳିତ ହୋଇଥାଏ ସେହି ଦୃଷ୍ଟିରୁ ବିଚାରପତିମାନଙ୍କ ସହିତ ଆଇନଜୀବୀମାନଙ୍କ ସମ୍ପର୍କ ମଧ୍ୟ ସ୍ଵତନ୍ତ୍ର । ସେଥିପାଇଁ ଆଇନଜୀବୀର ପେଶାଗତ କର୍ତ୍ତବ୍ୟ କେବଳ ନିଜର ମହକିଲଙ୍କ ପାଇଁ ସେଥିପାଇଁ ଆଇନଜୀବିର ପେଶାଗତ କର୍ତ୍ତବ୍ୟ କେବଳ ମହକିଲା ପାଇଁ ଉଦ୍ଦିଷ୍ଟ ନୁହେଁ ,ଏହା କୋର୍ଟ ପାଇଁ ମଧ୍ୟ ପ୍ରଯୁଜ୍ୟ । ସେମାନଙ୍କର ଏହି ପେଶାଗତ କର୍ତ୍ତବ୍ୟ ପରିଚାଳନା କରିବା ସମୟରେ ଯେପରି ନିର୍ଭିକ ଓ ସ୍ୱାଧୀନ ଭାବେ ନିର୍ଭର ନିଜର କର୍ତ୍ତବ୍ୟ ସମ୍ପାଦନା କରିପାରିବେ ସେହି ପ୍ରକ୍ରିୟାକୁ କ୍ରିୟାଶୀଳ କରିବାର ଦାଇତ୍ୱ ମଧ୍ୟ ବିଚାରପତି ମାନଙ୍କର। ଆଇନଜୀବିମାନଙ୍କ କର୍ତ୍ତବ୍ୟ ଓ ଶୃଙ୍ଖଳା ଦିଗଟିକୁ ନିୟନ୍ତ୍ରଣ କରିବା ସହିତ ସେମାନଙ୍କ ବିଶେଷ ଅଧିକାର ଓ ସ୍ୱାଧୀନତାକୁ ସୁରକ୍ଷା ଦେବା ଦାୟିତ୍ୱକୁ ଉପଲବ୍ଧି କରି ୧୯୫୩ ମସିହାରେ ଅଲ ଇଣ୍ଡିଆ ବାର କମିଟି ଆଇନଜୀବି ପରିଷଦ ଗଠନ କରିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାର ପ୍ରତିଫଳନ ସ୍ୱରୂପ ଆଡ଼ଭୋକେଟ ଆକ୍ଟ ୧୯୬୧ ସଂସଦରେ ଗୃହୀତ ହୋଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଆଇନଜୀବୀ ପରିଷଦଗୁଡ଼ିକର କାର୍ଯ୍ୟର ସମୀକ୍ଷା ଓ ପ୍ରାସଙ୍ଗିକତା ସମ୍ପର୍କରେ ବିଚାର ବିମର୍ଷ କରିବାର ଦାୟିତ୍ୱ ମଧ୍ୟ ବାର ଆସୋସିଏସନ ଗୁଡିକର। ଏଥିପାଇଁ ତୃଣମୂଳ ସ୍ତରରୁ ଉଦ୍ୟମ ଆରମ୍ଭ ହେବାର ଆବଶ୍ୟକତା ରହିଛି । ଆଇନଜୀବୀ ପରିଷଦର ନେତୃତ୍ୱ ଓ ପ୍ରତିବଦ୍ଧତା ଆଇନ୍ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରିବା ସହିତ ଆଇନଜୀବୀମାନଙ୍କ ଦକ୍ଷତା ବୃଦ୍ଧି କରିବାରେ ଯେଉଁ ଭୂମିକା ଗ୍ରହଣ କରିବାର ପ୍ରାସଙ୍ଗିକତା ରହିଛି । ତାହାର ଦୁର୍ବଳତା ଓ ଅସହାୟତା ଆଦର୍ଶଗତ ଆଭିମୁଖ୍ୟ ଆଇନଜୀବୀମାନଙ୍କ ସମ୍ମାନ ଓ ସ୍ଵାଧୀନତା ପାଇଁ ବିପଦ ସଙ୍କୁଳ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟର ଆଇନଜୀବୀମାନଙ୍କର ସର୍ବ ବୃହତ ଓ ସର୍ବ ପୁରାତନ ଆଇନଜୀବୀ ସଂଘର ନେତୃତ୍ୱ ଆତ୍ମ ପରିଚିତି ଛଡା ଏବେ ଭାଗ ଭାଗ ଅବସ୍ଥାରେ ନିଜର ଅସ୍ତିତ୍ଵ ବଜାୟ ରଖିବା ପାଇଁ ମଧ୍ୟ ସମର୍ଥ ହୋଇ ପାରିନାହିଁ । ଏଭଳି ସନ୍ଧିକ୍ଷଣ ମୁହୂର୍ତ୍ତରେ ଆଇନ୍ ପେଷାର ଦିଗ ନିର୍ଣ୍ଣୟ କରିବାର ଦାୟିତ୍ଵ ଆଇନଜୀବୀମାନଙ୍କର । ଉତ୍ତର ପୀଢ଼ିମାନଙ୍କ ମଧ୍ୟରେ ନ୍ୟାୟିକ ପେଷାର ଉତ୍ତର ଦାୟିତ୍ୱ, ପବିତ୍ରତା , ସ୍ଵତନ୍ତ୍ରତା, ସ୍ଵାଧୀନତା ଓ ବୌଦ୍ଧିକ ବିଚାରଗତ ବିତର୍କକୁ ସଶକ୍ତିକରଣ କରିବା ପାଇଁ ବରିଷ୍ଠ ପ୍ରତିଷ୍ଠାବାନ ଆଇନଜୀବୀମାନେ ଆତ୍ମଚିନ୍ତନ କରିବା ନୂତନ ବର୍ଷରେ ନ୍ୟାୟପାଳିକାକୁ ନୂଆ ଆଶାର ଆଲୋକ ଦେଖାଇବ ।
( ନିଖିଳ ଓଡିଶା ଆଇନଜୀବୀ ସଂଘର ବାର୍ଷିକ ଉତ୍ସବ ଅବସରରେ )
ସର୍ବଭାରତୀୟ ଯୁଗ୍ମ ସାଧାରଣ ସମ୍ପାଦକ
ବାର ଆସୋସିଏସନ ଅଫ ଇଣ୍ଡିଆ
Comments are closed.