Latest Odisha News

BREAKING NEWS

ମଣିପୁର ହିଂସାକୁ ନେଇ ବର୍ଷିଲେ ସୁବ୍ରମଣିଆନ୍ ସ୍ୱାମୀ, କହିଲେ ‘ଅମିତ ଶାହଙ୍କୁ ଖେଳ ମନ୍ତ୍ରଣାଳୟକୁ ପଠାଅ’

ନୂଆଦିଲ୍ଲୀ: ଦେଢ଼ ମାସ ହେଲା ଜଳୁଛି ଉତ୍ତରପୂର୍ବ ରାଜ୍ୟ ମଣିପୁର । ଦୁଇ ସମ୍ପ୍ରଦାୟ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ଅନେକ ଜୀବନ ନେଲାଣି । ଯାହାକୁ ନେଇ ଉଦବେଗ୍ ପ୍ରକାଶ କରିଛନ୍ତି ବିଜେପି ନେତା ସୁବ୍ରମଣିଆନ୍ ସ୍ୱାମୀ । ସେ ଶନିବାର ଟ୍ୱିଟ୍ କରି ମଣିପୁରରେ କେନ୍ଦ୍ରୀୟ ଶାସନ ଲାଗୁ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଖେଳ ମନ୍ତ୍ରଣାଳୟକୁ ପଠାଇ ଦେବା କଥା ଲେଖିଛନ୍ତି ।

ସୁବ୍ରମଣିଆନ୍ ଟ୍ୱିଟ୍ କରି ଲେଖିଛନ୍ତି, ଏବେ ସମୟ ଆସି ଯାଇଛି ବିଜେପିର ମଣପୁର ସରକାରକୁ ବରଖାସ୍ତ କରିବାର ଏବଂ ସମ୍ବିଧାନର ଅନୁଚ୍ଛେଦ ୩୫୬ ଅନୁସାରେ କେନ୍ଦ୍ରୀୟ ଶାସନ ଲାଗୁ କରିବାର । ଅମିତ ଶାହଙ୍କୁ ଖେଳ ମନ୍ତ୍ରଣାଳୟ ପଠାଇ ଦିଆ ଯାଉ ।

ମଣିପୁରର ମୈଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକୁ ନେଇ ଦେଢ଼ ମାସ ହେଲା ମଣିପୁର ଜଳୁଛି । ହିଂସାର ପ୍ରାୟ ମାସକ ପରେ ଖୋଦ୍ ଅମିତ ଶାହ ମଣିପୁର ଯାଇ ସେଠାରେ ୩ ଦିନ ରହି ସ୍ଥିତି ପରଖି, ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ହିଂସା, ଉତ୍ତେଜନା ଏବେ ଯାଏ ନିୟନ୍ତ୍ରଣକୁ ଆସି ନାହିଁ ।

ଏବେବି ରାଜ୍ୟର ୧୧ ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି । କହିବାକୁ ଗଲେ ମଣିପୁରବାସୀ ଏବେ ପୂର୍ବ ଜମ୍ମୁକାଶ୍ମୀର ଭଳି ବନ୍ଦୀ ହୋଇ ଅଛନ୍ତି । ମଣିପୁର ହିଂସାକୁ ନେଇ ବିରୋଧୀ କେନ୍ଦ୍ରର ମୋଦି ସରକାରଙ୍କୁ ଘେରୁଥିବା ବେଳେ ଏବେ ଖୋଦ୍ ବରିଷ୍ଠ ବିଜେପି ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲଚୋନା କରିଛନ୍ତି । ଯାହାକି ବିଜେପି ସହ ଅମିତ ଶାହଙ୍କୁ ଅଡ଼ୁଆରେ ପକାଇଛି ।

Leave A Reply

Your email address will not be published.