Latest Odisha News

୨ ଟ୍ରକ୍‌ ମୁହାଁମୁହିଁ, ଘଟଣାସ୍ଥଳରେ ଚାଲିଗଲା ୭ ଜୀବନ

ଯାଜପୁର: ଧର୍ମଶାଳା ଥାନା ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ବଡ ଧରଣର ଅଘଟଣ। ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କୋଲକାତା ପଟୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକୁକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୭ ଜଣ ପଶ୍ଚିମବଙ୍ଗ ଅଞ୍ଚଳର। ସେମାନେ କୋଲକାତାରୁ ଟ୍ରକ ଯୋଗେ ଆସୁଥିଲେ। ଦୁର୍ଘଟଣାର ଖବର ପାଇଁ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏଥିସହିତ ଧର୍ମଶାଳା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁରଠାରେ ଗତକାଲି ଦୁଇଟି ଟ୍ରକ୍ ଧକ୍କା ହୋଇ ଜଳି ଯାଇଥିଲା। ଜଳିଯିବା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିଲା। ଆଜି ଭୋରରୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ସେହି ଟ୍ରକକୁ ଧକ୍କା ଦେଇଥିଲା । ସେହି ଆଇଚର୍‌ରେ ୭ ଜଣ ଲୋକ ଥିଲେ  । ଏନେଇ ସମସ୍ତ ମୃତଦେହ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ବେଳେ ଧର୍ମଶାଳା ପୋଲିସ ତଦନ୍ତ ଆରମ୍ଭ କରିଛି  ।

 

Leave A Reply

Your email address will not be published.