Latest Odisha News

BREAKING NEWS

ଆଶ୍ରମ ବିଦ୍ୟାଳୟରେ କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ବରିଷ୍ଠ, ଭିଡିଓ ଭାଇରାଲ୍

ବାଲିଗୁଡ଼ା: ଏବେ କଲେଜ ନୁହେଁ ବିଦ୍ୟାଳୟକୁ ବ୍ୟାପିଲାଣିଂ ରାଗିଂ ରୋଗ । ଟିକଟକ୍ ସର୍ଟ୍ସ ଭଳି ଦେଖା ଯାଉଥିବା ରାଗିଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । କନ୍ଧମାଳ ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ଦଶମ ଶ୍ରେଣୀ ଛାତ୍ର । ଖାଲି ମାଡ଼ ମାରୁ ନାହାଁନ୍ତି ଅସଭ୍ୟ ଭାଷାରେ ଗାଳି ଦେଉଛନ୍ତି ।

ଦାରିଙ୍ଗବାଡ଼ି ବ୍ଲାକ ଗ୍ରୀନବାଡ଼ି ସରକାରୀ ଆଶ୍ରମ ବିଦ୍ୟାଳୟ ହଷ୍ଟେଲର ଏଭଳି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି । ହଷ୍ଟେଲରେ ୱାର୍ଡେନଙ୍କ ସହ ଏକାଧିକ ଶିକ୍ଷକ ଥିବାବେଳେ ରାଗିଂ କିଭଳି ହେଉଛି ? ସ୍କୁଲ୍ କର୍ତ୍ତୃପକ୍ଷ ଏ ବାବଦରେ କିଭଳି ଜାଣି ପାରିଲେ ନାହିଁ ?

ସବୁଠୁ ବଡ଼ କଥା ହେଲା ବିଦ୍ୟାଳୟରେ ପିଲାଙ୍କୁ ମୋବାଇଲ୍ ବାରଣ ଥିବାବେଳେ କିଏ ଆଣିଲା ମୋବାଇଲ୍ ? ଏବେ ରାଗିଂ ଭିଡିଓ ଭାଇରାଲ୍ ପରେ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ମାଡ଼ ଭିଡିଓ ଭାଇରାଲ୍ ପରେ ୪ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରି ଦିଆଯାଇଥିବା କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ।

Leave A Reply

Your email address will not be published.