Latest Odisha News

BREAKING NEWS

ଦିନ ସାଢେ ୧୧ଟାରେ ଜଳିଲା ଝାରସୁଗୁଡା, ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ଵର: ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୧.୩ ଡିଗ୍ରୀ ତାପମାତ୍ରାରେ ଜଳିଛି ଝାରସୁଗୁଡା । ସେହିପରି ଭୁବନେଶ୍ୱରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୦.୬ ଓ ହୀରାକୁଦରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୪୦ ଡିଗ୍ରୀ, ରାଉରକେଲାରେ ୩୯.୬ ଡିଗ୍ରୀ, ବାଲେଶ୍ୱରରେ ୩୯.୫ ଡିଗ୍ରୀ, ପାରାଦୀପରେ ୩୪.୭ ଡିଗ୍ରୀ, ପୁରୀରେ ୩୩.୮ ଡିଗ୍ରୀ ଏବଂ ଗୋପାଳପୁରରେ ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ତେବେ ଆହୁରି ଦୁଇରୁ ତିନି ଦିନ ରାଜ୍ୟରେ ଜାରି ରହିବ ହିଟ୍ ଓ୍ଵେଭର ପ୍ରଭାବ। ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରି ଟପିବାର ଆଶଙ୍କା ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ଵିନ ସିଟି ସହ ବୌଦ୍ଧ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଦୁଇ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇବା ସମ୍ଭାବନା ରହିଥିବା ବେଳେ ୬,୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave A Reply

Your email address will not be published.