Latest Odisha News

ଯାଜପୁରରେ ଧରାପଡ଼ିଲା ସେକ୍ସ ର‌୍ୟାକେଟ୍

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଜାରକାରୁ ପୋଲିସ ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏଥିରେ ସଂପୃକ୍ତ ଥିବା ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ଜଣ ଦଲାଲ୍ ରହିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ସହରରେ ଜଣେ ମହିଳା ଏହି ଯୌନ ର‌୍ୟାକେଟ ଚଳାଇଥିବା ସୂଚନାପାଇ ସଦଳବଳେ ଧର୍ମଶାଳା ଥାନା ପୋଲିସ ଏକ ଘର ଉପରେ ଚଢାଉ କରିଥିଲେ । ଏହାବ୍ୟତୀତ, ସଂପୃକ୍ତ ମହିଳା ଓ ସେଠାରେ ଥିବା ଅନ୍ୟ ତିନିଜଣ ଦଲାଲଙ୍କୁ ମଧ୍ୟ ଗିରଫ କରିଥିଲେ । ପୋଲିସ ଘଟଣାସ୍ଥଳରୁ ଏକ କାର, ଗୋଟିଏ ବାଇକ ଏବଂ ଏକ ସ୍କୁଟି ଜବତ କରିଛନ୍ତି । ଏପରିକି ଏହି ଦେହ କାରବାରରେ ସପୃକ୍ତ ରହିଥିବା ୨ଜଣ ଯୁବତୀଙ୍କୁ ମଧ୍ୟ ପୋଲିସ ଘଟଣାସ୍ଥଳରୁ ଉଦ୍ଧାର କରିଛି ।

ଗିରଫ ବ୍ୟକ୍ତିମାନଙ୍କ ସହିତ ଏହି ସେକ୍ସ ର‌୍ୟାକେଟର କିଙ୍ଗପିନଙ୍କୁ ମଧ୍ୟ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି ।

Leave A Reply

Your email address will not be published.