Latest Odisha News

BREAKING NEWS

ବକ୍ସ ଅଫିସ୍‌ର ବାଜିଗର ବନିଲେ ଶାହାରୁଖ

ବ୍ୟୁରୋ : ଦୁନିଆ ସାରା ଲୋକ ଏବେ ଶାହାରୁଖଙ୍କ କ୍ରେଜରେ ଦିୱାନା । ଶାହାରୁଖଙ୍କ ଏହି ସଫଳତା ବକ୍ସ ଅଫିସରେ ତାଙ୍କୁ ବାଜିଗର କରି କରିଛି । ଜବରଦସ୍ତ ରୋଜଗାର ପରେ ପଠାନ ପିଲ୍ମ ପାଇଁ ଏବେ ପରୀକ୍ଷାର ସମୟ ଆରମ୍ଭ ହୋଇସାରିଛି । ଶାହାରୁଖ ଫିଲ୍ମକୁ ଲଙ୍ଗ ୱିକେଣ୍ଡର ଜବରଦସ୍ତ ଫାଇଦା ମିଳିଛି।

ସୂଚନା ଅନୁଯାୟୀ, ୱିକେଣ୍ଡ ଟେଷ୍ଟରେ ପଠାନ ନିଜର ଜିତ୍ ହାସଲ କରିବା ସହ ସୋମବାର ଟିକେ କମ୍‌ ରେଜଗାର କରିଛି। ରବିବାର ଦିନ ପଠାନ ଭାରତରେ ୬୦.୭୫ କୋଟି ରୋଜଗାର କରିଥିଲା । ଏହି ରୋଜଗାରରେ ପଠାନର ହିନ୍ଦୀ କଲେକ୍ସନ ୫୮.୫ କୋଟି ରହିଥିଲା ।

ହେଲେ ସୋମବାର ଦିନ ଫିଲ୍ମର ରୋଜଗାର ଏହାର ଅଧାରୁ ଅଧିକ କମ୍ ରହିଛି । କହିବାକୁ ଗଲେ ୱାର୍କିଂ ଡେଜ୍ ହିସାବରେ କଲେକ୍ସନ ଭଲ ରହିଛି । ଫିଲ୍ମ ୫ଦିନରେ ୫୦୦ କୋଟି ପାର କରିଥିବା ବେଳେ ୱାର୍ଲଡ଼ୱାଇଡ୍ ବକ୍ସ ଅଫିସରେ ୬ଦିନରେ ୬୦୦ କୋଟି ପାର କରିଛି ।

ତେବେ ୬ଦିନରେ ୬୦୦ କୋଟି ଅତିକ୍ରମ କରିବା ପଠାନ ପାଇଁ ଏକ ବଡ଼ ସଫଳତା ମିଳିଛି । କେବଳ ଏତିକି ନୁହେଁ  ବର୍ତ୍ତମାନ ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ପଠାନ।

 

 

 

Leave A Reply

Your email address will not be published.