Latest Odisha News

BREAKING NEWS

ରାତିରେ ଶୋଇଥିବାବେଳେ ପରିବା ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଡେ଼ଁଫୌଦା ଗାଁରେ ଅଭାବନୀୟ ଘଟଣା ଘଟିଛି  ।  ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି  । ମୃତକ ବାଇଧର ସାସମାଲ ବୋଲି ଜଣାପଡିଛି । ବାଇଧର ପେଶାରେ ଜଣେ ପରିବା ବ୍ୟବସାୟୀ । ହାଟରେ ପରିବା ବିକ୍ରି କରି ସେ ନିଜ ପରିବାର ପ୍ରତିପୋଷଣ କରନ୍ତି । ସୂଚନା ମୂତାବକ ବାଇଧର ଗତକାଲି ମାଣତ୍ରୀ ପରିବା ହାଟରୁ ବେପାର ସାରି ଘରକୁ ଫେରିଥିଲେ  ।

ପ୍ରତିଦିନ ଖାଇପିଇ ରାତିରେ ନିଜ ଘର ବାରଣ୍ଡାରେ ହୋଇଥିଲେ  ।  ଏତିକି ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି  । ପରେ ବିଳମ୍ବିତ ରାତିରେ ବାଇଧରଙ୍କ ବଡ ପୁଅ ଏହାଦେଖି ପରିବାରଲୋକଙ୍କୁ ଜଣାଇଥିଲା । ପରେ ଖବର ପାଇ ବୈଶିଙ୍ଗା ଥାନା ପୋଲିସ  ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି  । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି  ।

Leave A Reply

Your email address will not be published.