Latest Odisha News

BREAKING NEWS

ଏକାଠି ଅଭିନୟ କରିବେ ଶାହାରୁଖ-ସୁହାନା, ‘ଦ କିଙ୍ଗ’ରେ ନଜର ଆସିବେ ବାପ-ଝିଅ

ମୁମ୍ବାଇ: ଶାହାରୁଖ ଖାନ୍ ଓ ସୁହାନା ଖାନଙ୍କ ଫିଲ୍ମ ‘ଦ କିଙ୍ଗ’କୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି । ଏହି ଫିଲ୍ମ ଜରିଆରେ ସିନେ ଦୁନିଆରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ୍ । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, ସୁହାନାଙ୍କ ପ୍ରଥମ ଫିଲ୍ମ ‘ଦ କିଙ୍ଗ୍’ରେ କିଛି କିଛି ଅଂଶରେ ଶାହରୁଖଙ୍କ ଝଲକ୍ ଦେଖିବାକୁ ମିଳିବ । କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ, ଏହି ଚଳଚ୍ଚିତ୍ରଟି ଶାହାରୁଖଙ୍କ ସମ୍ପୁର୍ଣ୍ଣ ଅଭିନୀତ ଚଳଚ୍ଚିତ୍ର ହୋଇଥିବା ବେଳେ ସୁହାନାଙ୍କୁ କିଛି କିଛି ଅଂଶରେ ଦେଖିବାକୁ ମିଳିବ ।

ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ସୁହାନାଙ୍କୁ ଶାହାରୁଖଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିବନାହିଁ । ଏହା ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ଅଟେ । ତେବେ ଏହି ଚଳଚ୍ଚିତ୍ରର କାହାଣୀ କ’ଣ ହେବ ଏବଂ ଶାହାରୁଖ-ସୁହାନାଙ୍କ କେଉଁ ଭୂମିକାରେ ଅଭିନୟ କରିବେ ସେନେଇ କୌଣସି ସୂଚନା ମିଳିନାହିଁ। ବର୍ତ୍ତମାନ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଆକ୍ସନ୍ ସିକ୍ୱେନ୍ସକୁ କୋରିଓଗ୍ରାଫ୍ କରିବେ ସିଦ୍ଧାର୍ଥ ଆନନ୍ଦ । ‘ଦ କିଙ୍ଗ୍’ର ବଜେଟ୍ ୨୦୦ କୋଟି ଆକଳନ କରାଯାଇଛି । କିନ୍ତୁ ଏହାଠୁ ଅଧିକ ଖର୍ଚ୍ଚ ହେବ ବୋଲି ଶୁଣିବାକୁ ମିଳୁଛି ।

ସୂଚନା ଯୋଗ୍ୟ ଯେ, ୧୯୯୪ ମସିହାର ବହୁଚର୍ଚ୍ଚିତ ହଲିଉଡ୍ ଆକ୍ସନ୍ ଫିଲ୍ମ ‘ଲିଓନ୍’ଠୁ ଏହା ପ୍ରେରିତ ବୋଲି ଚର୍ଚ୍ଚା ହେଉଛି । ଚଳିତ ବର୍ଷ ଶେଷ ବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ଆସନ୍ତା ବର୍ଷ ଏହାର ରିଲିଜ୍ ଯୋଜନା ରହିଛି । ସେପଟେ, ଓଟିଟିରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଦ ଆର୍ଚିଜ୍’ ଜରିଆରେ ଚଳିତ ବର୍ଷ ଅଭିନୟ କ୍ଷେତ୍ରରେ ପ୍ରବେଶ କରିସାରିଛନ୍ତି ସୁହାନା । ‘ଦ କିଙ୍ଗ୍’ ଜରିଆରେ ସେ ପ୍ରଥମ ଥର ଥିଏଟରରେ ପଦାର୍ପଣ କରିବେ।

Leave A Reply

Your email address will not be published.