Latest Odisha News

BREAKING NEWS

ହିନ୍ଦୀ ବେଲ୍ଟରେ ରେକର୍ଡ ଦରରେ ବିକ୍ରି ହେଲା ପୁଷ୍ପା ୨, କଲ୍କୀ ୨୮୯୮ ଏଡି

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମକୁ ଏବେ ହିନ୍ଦୀ ଭାଷାଭାଷୀ ଅଂଚଳରେ ବେଶ ପସନ୍ଦ କରାଯାଉଛି । ଦର୍ଶକଙ୍କ ଚାହିଦାକୁ ଆଖି ଆଗରେ ରଖି ଏବେ ଏଏ ଫିଲ୍ମସ ଓ ପେନ ମରୂଧର ହିନ୍ଦୀ ବେଲ୍ଟରେ ପୁଷ୍ପା ୨ ଓ କଲ୍କୀ ୨୮୯୮ ଏଡିକୁ ରେକର୍ଡ ଦରରେ କ୍ରୟ କରିଛନ୍ତି । ପୁଷ୍ପା ୨କୁ ୨୦୦ କୋଟି ଏବଂ ପ୍ରଭାସଙ୍କ ସାଇ ଫାଇ ଥ୍ରୀଲରକୁ ୧୦୦ କୋଟି ଟଙ୍କାରେ କିଣାଯାଇଛି । ଉତର ଭାରତରେ ପୂର୍ବରୁ କୌଣସି ଦକ୍ଷିଣ ଭାରତ ଫିଲ୍ମକୁ ଏତେ ଅର୍ଥରେ କିଣା ଯାଇ ନ ଥିଲା । ରାମଚରଣ ଓ ଶଙ୍କରଙ୍କ ଗେମ ଚେଞ୍ଜର ଫିଲ୍ମ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି ।

ଏହାକୁ ଅନୀଲ ଥଡାନୀ ୭୫ କୋଟିରେ ଏବଂ ଜୁନିୟର ଏନଟିଆରଙ୍କ ଦେୱରାକୁ ୪୫ କୋଟିରେ କିଣିଛନ୍ତି । କମଳ ହାସନଙ୍କ ଇଣ୍ଡିଆନ ୨କୁ ପେନ ମରୂଧର ମାତ୍ର ୨୦ କୋଟିରେ କିଣିଛନ୍ତି । ଏହା ତାଙ୍କ ପାଇଁ ଜ୍ୟାକପଟ ସାବ୍ୟସ୍ତ ହୋଇପାରେ ବୋଲି ସମୀକକ୍ଷମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.