Latest Odisha News

BREAKING NEWS

ସଲମାନଙ୍କ ଟାଇଗର ୩ରେ ର’ ଅଫିସର ହେବେ ଶାହାରୁଖ

ମୁମ୍ବାଇ: ସଲମାନ ଖାଁ ଓ କ୍ୟାଟ୍ରିନା କୈଫ ଅଭିନୀତ ଟାଇଗର ୩ଫିଲ୍ମରେ ଶାହାରୁଖ ଖାଁ ନଜର ଆସିବେ । ଫିଲ୍ମ ସହିତ ଜଡିତ ନିକଟତମ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଶାହାରୁଖ ଏହି ଫିଲ୍ମରେ ଜଣେ ର’ ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ସେ ଏହି ଫିଲ୍ମର ୧୨ ଦିନ ଶିଡ୍ୟୁଲ ଶେଷ କରିଛନ୍ତି । ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ ପାର୍ଟି କେସରେ ଫସିବା ପରେ ଶାହାରୁଖ ପଠାନ ଫିଲ୍ମ ଶୁଟିଂ ଅଧାରୁ ଘରକୁ ପଳାଇ ଆସିଥିଲେ ।

BjdElectrycity

ଶୁଟିଂ ଆରମ୍ଭ କରିବା ପରେ ସେ ପ୍ରଥମେ ଟାଇଗର ୩ରେ କାର୍ଯ୍ୟ ଶେଷ କରିଛନ୍ତି । କବିର ଖାଁଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ମନୀଷ ଶର୍ମା ଦେଉଛନ୍ତି । ଇମ୍ରାନ ହାସିମ ନେଗେଟିଭ ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.