Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ଜିତିଲା

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ତୃତୀୟ ଦିନକିଆରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି।  ଜେଜେ ସ୍ମଟ୍ସ ଓ ହେନରିଚ୍‌ କ୍ଲାସେନଙ୍କ ଦମଦାର ବ୍ୟାଟିଂ ବଳରେ  ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ୩-୦ରେ ମୂଳପୋଛ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୫୪ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ଲାସେନ ଛକା ମାରି ଦଳକୁ ୬ ୱିକେଟରେ ବିଜୟୀ କରାଇଛନ୍ତି। ଦମଦାର ୮୪ ରନ୍‌ ପାଇଁ ସ୍ମଟ୍ସଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।  ୨୫୫ ରନ୍‌ର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୪ ଉଇକେଟ ହରାଇ ବିଜୟ ହାସଲ କରିଥିଲା ।

୪୭ ରନ୍‌ରେ ଅଧିନାୟକ କ୍ୱିଣ୍ଟନ ଡି’କକ(୨୬)ଙ୍କୁ ହରାଇଥିଲା। ଏହାପରେ ଜାନେମନ ମଲାନ(୨୩) ପ୍ୟାଭିଲିୟନ ଫେରିଥିଲେ। ଉଭୟଙ୍କ ୱିକେଟ ଜୋଶ ହେଜେଲଉଡ୍‌ ନେଇଥିଲେ। ଏହାପରେ ଜେଜେ ସ୍ମଟ୍ସ ଓ କାଇଲ ଭେରୀନେ ସ୍ଥିତି ସମ୍ଭାଳିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିବା ସହ ଦଳୀୟ ସ୍କୋରକୁ ୧୫୦ରେ ପହଞ୍ଚାଇ ଦେଇଥିଲେ।

Leave A Reply

Your email address will not be published.