Latest Odisha News

BREAKING NEWS

ଭିକ୍କି-କ୍ୟାଟ୍ରିନା ବାହାଘରରେ ଯୋଗ ଦେବେ ଶାହାରୁଖ

ମୁମ୍ବାଇ: ପୁତ୍ର ଆର୍ଯ୍ୟନ ଡ୍ରଗ୍ସ କେସରେ ଫସିବା ପରେ ବଲିଉଡ ଅଭିନେତା ଶାହାରୁଖ ଖାଁ ପ୍ରଶଂସକ ଓ ମିଡିଆଠାରୁ ଦୂରେଇ ରହିଥିଲେ । ଆର୍ଯ୍ୟନ ନିର୍ଦ୍ଦୋଷ ପ୍ରମାଣିତ ହୋଇ ଜାମିନ ପାଇବା ପରେ ଶାହାରୁଖଙ୍କ ମନ ଖୁସି ରହିଛି । ରିପୋର୍ଟ ମୁତାବକ ଡିସେମ୍ବରରେ ହେବାକୁ ଥିବା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହରେ ସେ ଯୋଗ ଦେବେ ବୋଲି ଜଣାଇଛନ୍ତି ।

ରାଜସ୍ଥାନରେ ହେବାକୁ ଥିବା ଏହି ବାହାଘରରେ ଯୋଗ ଦେବା ପାଇଁ କିନ୍ତୁ ଗୌରୀ ଖାଁ ଯିବେ ନାହିଁ । ଏହା ବ୍ୟତୀତ ଶାହାରୁଖ ଅଟକି ରହିଥିବା ଫିଲ୍ମର ଶୁଟିଂ ଜୋର ସୋରରେ ଆରମ୍ଭ କରିବାକୁ ଯାଉଛନ୍ତି । କିଛି ଦିନ ତଳେ ଶାହାରୁଖଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଛତାରେ ନିଜକୁ ଲୁଚାଇ ମିଡିଆ କବଳରୁ ଖସି ପଳାଇଥିଲେ ।

Leave A Reply

Your email address will not be published.