Latest Odisha News

ବାବା ବାଗେଶ୍ୱରଙ୍କୁ ନେଇ ଭିଡିଓ ଜାରି କରି ଆପତ୍ତି ଉଠାଇଲେ ‘ଶକ୍ତିମାନ୍’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାଗେଶ୍ୱର ଧାମ ପୀଠର ବାବା ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏବେ ଚର୍ଚ୍ଚାରେ। ଜଣେ ସାମ୍ବାଦିକଙ୍କ ପରିବାର ବାବଦରେ ଧିରେନ୍ଦ୍ର ଶାସ୍ତ୍ରୀ ଦେଇଥିବା ମନ୍ତବ୍ୟ ପରେ ସେ ଏବେ ସୋସିଆଲ ମିଡିଆରେ ବିତର୍କକ ପ୍ରସଙ୍ଗ ପାଲଟିଛନ୍ତି। ସେ ପ୍ରକୃତରେ ଚମତ୍କାର କରୁଛନ୍ତି ନା କିଛି ହେରାଫେରି? ଏହାକୁ ନେଇ ତର୍କ ଚାଲିଛି। କିଛି ଲୋକ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସମର୍ଥନରେ ଥିବାବେଳେ ଆଉ କିଛି ଲୋକ ବିରୋଧ କରୁଛନ୍ତି। ଏହି ସମୟରେ ମହାଭାରତ ଧାରାବାହିକର ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଲୋକପ୍ରିୟ ଧାରାବାହିକ ଶକ୍ତିମାନରେ ମୁଖ୍ୟ ଭୂମିକାରେ ଥିବା ଅଭିନେତା ମୁକେଶ ଖାନ୍ନା ଏହି ପ୍ରସଙ୍ଗରେ କିଛି ପ୍ରଶ୍ନ ଉଠାଇଛନ୍ତି।

ସେ ତାଙ୍କ ଇନଷ୍ଟାଗ୍ରାମରେ ଧିରେନ୍ଦ୍ର ଶାସ୍ତ୍ରୀ ଏବଂ ଅନ୍ୟ କେତେକ ବାବୁଙ୍କ ଫଟୋ ଗୁଡ଼ି ଏକାଠି କରି ଏକ ଫଟୋ ସେୟାର କରିଛନ୍ତି। ମୁକେଶ ଖାନ୍ନା ପ୍ରଶ୍ନ କରିଛନ୍ତି ଯେ ଏହା ପ୍ରକୃତରେ ଚମତ୍କାର ନା ହେରାଫେରି? ମୁକେଶ ଖାନ୍ନା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଯେଉଁମାନେ ନିଜକୁ ବାବା ବୋଲି କହୁଛନ୍ତି ସେମାନେ ସମସ୍ତେ ନିଜ ଦରବାରକୁ ଚାଲାଣ କରନ୍ତି। ସେ ଭକ୍ତମାନଙ୍କୁ ମିଠା ମିଠା କଥା କହି ପ୍ରସନ୍ନ କରନ୍ତି। କେତେବେଳେ ନିଜ ଇସାରରା ନଚାଇ ଆଉ କେତେବେଳେ ଯାଦୁ ଦେଖାଇ ସେମାନଙ୍କୁ ଆକର୍ଷିତ କରନ୍ତି। କିନ୍ତୁ ସେମାନେ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତି ନାହିଁ – ଦେଶର ମଙ୍ଗଳ ପାଇଁ।

ମୁକେଶ ଖାନ୍ନା ଆହୁରି ଲେଖିଛନ୍ତି, ‘ଭକ୍ତଙ୍କ ନାମରେ, ସେମାନେ ନିଜସ୍ୱ ଭଣ୍ଡାର ପୂରଣ କରନ୍ତି। କେହି କେହି ତାଙ୍କୁ ଭଗବାନ, କିଛି ଈଶ୍ୱରୀୟ ଶକ୍ତିର ଅଧିକାରୀ ବୋଲି ଭାବନ୍ତି। କିନ୍ତୁ ସେ  ଏହାକୁ ଗ୍ରହଣ କରନ୍ତି ନାହିଁ। ଏପରି ବ୍ୟକ୍ତିଙ୍କ ଉପରେ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି। ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେଏ ନେଇ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି।

 

Leave A Reply

Your email address will not be published.