Latest Odisha News

BREAKING NEWS

ପାଞ୍ଚ ରାଜ୍ୟର ନିର୍ବାଚନ ଗଣତି ଜାରି, ସେୟାର ବଜାର ଉପର ମୁହାଁ

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ଗଣତି ଜାରି ରହିଛି। ଏହାରି ଭିତରେ ଷ୍ଟକ୍ ମାର୍କେଟ ବା ସେୟାର ବଜାର ଉପର ମୁହାଁ ରହିଛି । ଅର୍ଥାତ୍ ବଜାର ଖୋଲିବା ପରଠୁ ଏଯାବତ ଉପରମୁହାଁ ରହିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ରେ ସେନ୍ସେକ୍ସ ୧,୧୨୮.୨୨
ପଏଣ୍ଟ (୨.୦୬ ପ୍ରତିଶତ) ବୃଦ୍ଧି ପାଇ ୫୫୭୭୫.୫୫ରେ ଖୋଲିଛି । ଅନ୍ୟପକ୍ଷରେ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ୩୧୪.୨୦ ପଏଣ୍ଟ (୧.୯୨ ପ୍ରତିଶତ)କୁ ଡେଇଁ ୧୬୬୫୯.୬୦ରେ ଖୋଲିଛି। ବଜାର ଖୋଲିବା ପରେ ସେନ୍ସେକ୍ସ-ନିଫ୍ଟି ଉପରମୁହାଁ ରହିଛି ।

ବଜାର ଖୋଲିବାର ୧୫ ମିନିଟ୍ ମଧ୍ୟରେ ସେନ୍ସେକ୍ସ ୧୨୨୧.୨୪ ପଏଣ୍ଟ କିମ୍ବା ୨.୨୩ ପ୍ରତିଶତ ବୃଦ୍ଧି ହୋଇ ୫୫୮୬୮.୫୭ରେ ପହଞ୍ଚିଛି। ଅନ୍ୟ ପଟେ, ନିଫ୍ଟି ୩୨୮.୫୫ ପଏଣ୍ଟ (୨.୦୧ ପ୍ରତିଶତ) ସହିତ ୧୬,୬୭୩.୯୦ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ସକରାତ୍ମକ ସଙ୍କେତ ରହିଛି । ଆମେରିକାରେ ସେୟାର ବଜାର ମଧ୍ୟ ଭଲ ବୃଦ୍ଧି ଘଟିଛି। ରୁଷ ୟୁକ୍ରେନ ଯୁଦ୍ଧ ପାଇଁ ବିଭିନ୍ନ ଦେଶର ସେୟାର ବଜାର ପ୍ରଭାବିତ ହୋଇଛି । ଏବେ ଯୁଦ୍ଧ ଟଳିବ ବୋଲି ଏକ ପ୍ରକାର ସଙ୍କେତ ସୃଷ୍ଟି ହେବା ପରେ ସେୟାର ବଜାର ସୁଧୁରୁଥିବା ସୂଚନା ରହିଛି।

Comments are closed, but trackbacks and pingbacks are open.