Latest Odisha News

BREAKING NEWS

ଚାଷ କରିବାକୁ ଜମି କିଣିଲେ ଶାହରୁଖଙ୍କ ଝିଅ ସୁହାନା

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍ ତଥା ଶାହାରୁଖ୍ ଖାନ୍‌ଙ୍କ ଝିଅ ସୁହାନା ଖାନ୍ ଏବେ ଚର୍ଚ୍ଚାରେ । ନିକଟରେ ସେ ଚାଷ ପାଇଁ ମୁମ୍ବାଇର ଅଲିବାଗ୍‌ରେ ୧.୫ ଏକର ଜମି କିଣିଛନ୍ତି । ଯାହାକୁ ସେ ୧୨ କୋଟି ୯୧ ଲକ୍ଷ ଟଙ୍କାରେ କିଣିଛନ୍ତି । ଗତ ୧ ତାରିଖରେ ସେ ଏହାକୁ ପଞ୍ଜୀକରଣ କରିଥିଲେ । ସୁହାନା ମଧ୍ୟ ୭୭ ଲକ୍ଷ ୪୬ ହଜାର ଟଙ୍କା ଷ୍ଟାମ୍ପ ଡ୍ୟୁଟି ଜମା କରିଛନ୍ତି । ସେଥିମଧ୍ୟରୁ ୨୨୧୮ ବର୍ଗ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ କରିଛନ୍ତିି । ଅଲିବାଗ୍‌ରେ ଶାହାରୁଖ୍‌ଙ୍କ ମଧ୍ୟ ସମ୍ପତ୍ତିି ରହିଛି ।

ସୁହାନା ଜୋୟା ଅଖତରଙ୍କ ସହ ଫିଲ୍ମ ‘ଦି ଆର୍ଚିଜ୍‌’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ପ୍ରଶଂସକମାନେ ଦୀର୍ଘ ସମୟ ଧରି ତାଙ୍କ ବଲିଉଡ୍ ଡେବ୍ୟୁକୁ ଅପେକ୍ଷାକରି ରହିଛନ୍ତି । ଫିଲ୍ମ ‘ଦି ଆର୍ଚିଜ୍‌’ ଖୁବ୍‌ଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ । ଏହାପୂର୍ବରୁ ସୁହାନା ଏକ ବ୍ୟୁଟି ପ୍ରଡକ୍ଟ ‘ମେବଲିନ୍‌’ର ଆମ୍ବାସାଡାର ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.