Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ୪୦୦ ସହର ପରିକ୍ରମା କରିବ ମଶାଲ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର ମଶାଲ ରିଲେ ସମ୍ପର୍କରେ ଶନିବାର ଆୟୋଜକ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । କଲଡ୍ରିନରେ ଅଗ୍ନି ସଂଯୋଗ ପୂର୍ବରୁ ମଶାଲ ରିଲେ ୬୮ ଦିନରେ ୪୦୦ ସହର ପରିକ୍ରମା କରିବ । ଆସନ୍ତା ବର୍ଷ ଏପ୍ରିଲ ୧୬ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗ୍ରୀସରେ ପୁରାତନ ଅଲିମ୍ପିଆରେ ସୂର୍ଯ୍ୟଙ୍କ କିରଣରୁ ମଶାଲରେ ଅଗ୍ନି ସଂଯୋଗ କରାଯିବ । ଏହା ଦେଶ ସାରା ପରିକ୍ରମା କରିବା ପରେ ଏଥେନ୍ସକୁ ହସ୍ତାନ୍ତର କରାଯିବ । ଏପ୍ରିଲ ୨୭ରେ ମଶାଲ ବେଲେମ ନାମକ ଏକ ଜାହଜରେ ୨୬୦୦ ବର୍ଷର ପୁରାତନ ଗ୍ରୀକ ଉପନିବେଶ ଫ୍ରେଂଚ ବନ୍ଦର ମର୍ସିଲି ଅଭିମୁଖେ ଯାତ୍ରା କରିବ ।

୧୮୯୬ରେ ପ୍ରଥମେ ବେଲେମ ବ୍ୟବହାର କରାଯାଇଥିଲା । ସେହି ବର୍ଷଠାରୁ ଆଧୁନିକ ଅଲିମ୍ପିକ୍ସର ଆରମ୍ଭ ହୋଇଥିଲା । କେଉଁ କେଉଁ ସହର ମଶାଲ ପରିକ୍ରମା କରିବ ତାର ରୁଟ ଚାଟ ଆୟୋଜକ କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ଏଥିସହ ଅଲିମ୍ପିକ୍ସର ଉନ୍ମାଦନାର ସୂତ୍ରପାନ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଛି ବୋଲି ସଭାପତି ଟୋନି ଇଷ୍ଟାନଗେଟ୍ସ କହିଛନ୍ତି ।

Leave A Reply

Your email address will not be published.