Latest Odisha News

BREAKING NEWS

ମାଲେସିଆ ଓପନ ବ୍ୟାଡମିଂଟନ: କ୍ୱାର୍ଟର ଫାଇନାଲରେ ଶେଷ ହେଲା ସିନ୍ଧୁଙ୍କ ଅଭିଯାନ

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ସିନ୍ଧୁ ବିଶ୍ୱର ଏକ ନମ୍ବର ଖେଳାଳି ଚାଇନିଜ ତାଇପେର ତାଇଜୁ ୟିଙ୍ଗଙ୍କ ନିକଟରୁ ୨୧-୧୩, ୧୫-୨୧ ଓ ୧୩-୨୧ରେ ପରାଜିତ ହୋଇଥିଲେ । ପ୍ରଥମ ଗେମରେ ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ସହଜରେ ଏହାକୁ ଜିତି ନେଇଥିଲେ ।

ସେ ସମୟରେ ସିନ୍ଧୁ ବାକି ୨ଟି ଗେମରେ ଏ ଭଳି ପ୍ରଦର୍ଶନ କରିବେ ବୋଲି କେହି ଆଶା କରି ନ ଥିଲେ । ୨ଟି ଯାକ ଗେମ ତାଇଜୁ ଜିତି ମ୍ୟାଚରେ ବିଜୟୀ ହୋଇଥିଲେ । ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରରେ ଏଚଏସ ପ୍ରଣୟ ସିଙ୍ଗାପୁରର ଜୋନାଥନ କ୍ରିଷ୍ଟିଙ୍କ ନିକଟରୁ ହାରି ଯାଇଛନ୍ତି । କ୍ରିଷ୍ଟି ତାଙ୍କୁ ୨୧-୧୮ ଓ ୨୧-୧୬ରେ ପରାସ୍ତ କରିଥିଲେ ।

Leave A Reply

Your email address will not be published.