ସାରା ବିଶ୍ୱରେ ହ୍ୱାଟ୍ସଆପ୍କୁ ବହୁ ପ୍ରମାଣ ସହିତ ବ୍ୟବହାର କରାଯାଉଛି। କିନ୍ତୁ ଏହି ଲୋକପ୍ରିୟ ଆପ୍ରେ ବହୁ ଜାଲିଆତି ଏବଂ ସନ୍ଦେହଜନକ କାର୍ଯ୍ୟକଳାପ କରୁଥିବା ସାମ୍ନାକୁ ଆସିଛି। ଏହାକୁ ଆଧାର କରି ହ୍ଵାଟ୍ସଆପ୍ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୁର୍ଭାଗ୍ୟବଶତଃ, ଗତ ୩୦ ଦିନରେ ହ୍ୱାଟ୍ସଆର୍ ୮୪ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟ ବ୍ୟାନ୍ କରିଛି।
ମାସକରେ ଭାରତରେ ୮୪ ଲକ୍ଷ ଆକାଉଣ୍ଟ ବନ୍ଦ କରିଛି ହ୍ୱାଟ୍ସଆପ୍ । ହ୍ୱାଟସଆପର ମୂଳ କମ୍ପାନୀ ମେଟା ଏହି ନିଷ୍ପତ୍ତି ନେଇଛି। ଠକେଇ, ପୂର୍ବରୁ ସୂଚନାପ୍ରାପ୍ତ ଏବଂ ଆକାଉଣ୍ଟଗୁଡ଼ିକର ଅବୈଧ ବ୍ୟବହାରକୁ ଦୃଷ୍ଟିରେ ରଖି ହ୍ୱାଟସଆପ୍ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ସମୟରେ, କମ୍ପାନୀ ଭାରତୀୟ ଆଇଟି ନିୟମାବଳୀ ପାଳନ କରିବା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ହ୍ୱାଟସଆପ୍ ଭାରତରେ ଏକ ପ୍ରମୁଖ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ। ସ୍କାମ୍, ଭ୍ରମାତ୍ମକ ସୂଚନା ପ୍ରସାରଣ ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ହ୍ୱାଟ୍ସଆପ୍ର ବହୁଳ ବ୍ୟବହାର କରାଯାଉଥିବା ବେଳେ ଏହାର ମୁକାବିଲା ପାଇଁ ମୂଳ କମ୍ପାନି ମେଟା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ୨୦୨୪ ଅଗଷ୍ଟ ୧ରୁ ୩୧ ମଧ୍ୟରେ ଭାରତରେ ପ୍ରାୟ ୮୪.୫ ଲକ୍ଷ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟାନ୍ ହୋଇଥିବା ମେଟା ସୂଚନା ଦେଇଛି ।
ଏଥିମଧ୍ୟରୁ ବୃହତ୍ ସଂଖ୍ୟକ ଆକାଉଣ୍ଟ ୟୁଜରଙ୍କ ଅଭିଯୋଗ ପରେ ବ୍ୟାନ୍ ହୋଇଥିବାବେଳେ ଆଇନର ଉଲ୍ଲଂଘନ ପାଇଁ ୧୬.୬ ଲକ୍ଷ ଆକାଉଣ୍ଟକୁ ତତ୍କାଳ ବ୍ୟାନ୍ କରାଯାଇଥିବା ଜଣାପଡ଼ିଛି। ଆକାଉଣ୍ଟ ବ୍ୟାନ୍ କରିବା ପରେ ୟୁଜରମାନେ କାହାକୁ ମେସେଜ୍ କରିପାରିବେ ନାହିଁ। କୌଣସି ଡିଭାଇସ୍ରେ ଲଗଇନ୍ କରିପାରିବେ ନାହିଁ। ଯଦି କୌଣସି ତ୍ରୁଟି ପାଇଁ ଆକାଉଣ୍ଟ ବ୍ୟାନ୍ ହୋଇଛି ତାହେଲେ ଅଭିଯୋଗ କରିପାରିବେ।
Comments are closed.