Latest Odisha News

BREAKING NEWS

ନୂଆବର୍ଷରେ ରିଲିଜ ହେବ ଫିଲ୍ମ ବଜେଟରେ ପ୍ରସ୍ତୁତ ସର୍ଟ ମୁଭି ‘ଜାନିୟା’

ଭୁବନେଶ୍ବର: ନୂଆବର୍ଷରେ ରିଲିଜ ହେବାକୁ ଯାଉଛି ନିହାର ନମନ ଫିଲ୍ମସର ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’ । ଏହା ଓଲିଉଡରେ ସବୁଠୁ ବ୍ୟୟ ବହୁଳ ସର୍ଟ ମୁଭି । ବର୍ତମାନ ସମୟରେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯେତିକି ବ୍ୟୟ ବରାଦ ହେଉଛି ଏହି ମ୍ୟୁଜିକାଲ ସର୍ଟ ମୁଭି ପାଇଁ ତା’ଠୁ ଢେର ଗୁଣା ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

ଏନ୍‌ଏନ୍‌ଫ୍ ବ୍ୟାନରରେ ନିର୍ମିତ ତଥା ଲିପୁ ବାବୁ ଓ ସିପୁ ବାବୁଙ୍କ ପ୍ରଯୋଜିତ ଏହି ମ୍ୟୁଜିକାଲ ସର୍ଟ ମୁଭିର ନାୟକ ନାୟିକା ଅଛନ୍ତି ଶୁଭାଶିଷ ଶର୍ମା (ମଂଟୁ) ଓ ପୁନମ୍ ମିଶ୍ର । ବିଶିଷ୍ଟ କାହାଣୀକାର ଓ ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କୁ ଏଥିରେ ଏକ ଅତିଥି ଭୂମିକାରେ ଦେଖିବାକୁ ମିଳିବ । ଖଳନାୟକ ଭୂମିକାରେ ନଜର ଆସିବେ ଧାରାବାହିକର ଜଣାଶୁଣା ନିର୍ଦ୍ଦେଶକ ତଥା ‘ସାରା ଆକାଶ’ ଫେମ୍ ଅଭିନେତା ମିହିର ସ୍ୱାଇଁ । ଦୀର୍ଘ ଦିନର ବୟବଧାନ ପରେ ମିହିର ପରଦାକୁ ଫେରୁଛନ୍ତି । ଡ. ନିର୍ମଳ ନାୟକ ଏହାର କାହାଣୀ ଓ ଗୀତରଚନା କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ସୁଶୀଳ ଦଳେଇ । ନିର୍ଦ୍ଦେଶନା ଦେଇଛନ୍ତି କ୍ରିଷ୍ଣା କର (କେ.କେ) ଓ ଟିମ୍ ।

ଓଲିଉଡର ଲୋକପ୍ରିୟ ଅଭିନେତା କ୍ରିଷ୍ଣା କର ଓରଫ୍ କେ.କେ ଏହି ମ୍ୟୁଜିକାଲ୍ ସର୍ଟ ଫିଲ୍ମ ଜରିଆରେ ପ୍ରଥମ କରିି ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଉଛନ୍ତି । ଏହା ଏକ କ୍ଷୁଦ୍ର ଚଳଚ୍ଚିତ୍ର ହୋଇଥିଲେ ମଧ୍ୟ କାହାଣୀ, ସଙ୍ଗୀତ, ଅଭିନୟ, ଦୃଶ୍ୟଗ୍ରହଣ ଆଦି ପ୍ରତ୍ୟେକଟି ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି ।  ୧୫ ମିନିଟ୍ ଅବଧି ବିଶିଷ୍ଟ ଏହି ସର୍ଟ ମ୍ୟୁଜିକାଲ ମୁଭିରେ ଲଭ୍, ରୋମାନ୍ସ, ଡ୍ରାମା, ଆକ୍ସନ, ସସ୍ପେନ୍ସ, ଇମୋସନ ଭରି ହୋଇରହିଛି ।

କାହାଣୀରେ ନୂତନତ୍ୱ, ବାସ୍ତବ ଅଭିନୟ ଓ ଉଚ୍ଚକୋଟୀର ନିର୍ମାଣ ଦୃଷ୍ଟିରୁ ଏହା ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ବେଶ୍ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.