Latest Odisha News

BREAKING NEWS

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଶ୍ରେୟଙ୍କା ଖେଳିବେ କ୍ୟାରିବିୟାନ ଲିଗ

ମୁମ୍ବାଇ: ଭାରତର ଷ୍ଟାର ଅଫ ସ୍ପିନର ଶ୍ରେୟଙ୍କା ପାଟିଲ ୱେଷ୍ଟଇଣ୍ଡିଜ ଟି୨୦ ଲିଗ ଖେଳିବାକୁ ଯାଉଛନ୍ତି । ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । କ୍ୟାରିବିୟାନ ପ୍ରିମିୟର ଲିଗରେ ଗୁୟାନା ଏମାଜନ ୱାରିୟର୍ସ ତାଙ୍କୁ ଦଳରେ ସାମିଲ କରିଛି । ଏହା ଅଗଷ୍ଟ ୩୧ରୁ ଆରମ୍ଭ ହୋଇ ସେପ୍ଟମ୍ବର ୧୦ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ, ବିସିସିଆଇ ଭାରତର ପୁରୁଷ କ୍ରିକେଟରଙ୍କୁ ବିଦେଶରେ ଟି୨୦ ଲିଗ ଖେଳିବାକୁ ଅନୁମତି ନ ଦେଉଥିବା ବେଳେ ମହିଳା କ୍ଷେତ୍ରରେ କିଛି ମାତ୍ରାରେ କୋହଳ କରିଛି ।

ହରମନପ୍ରୀତ କୌର, ସ୍ମୃତି ମାନ୍ଧାନା, ଜେମିମା ରୋଡ୍ରିଗ୍ୟୁସ, ଶେଫାଳୀ ବର୍ମା ଓ ରିଚା ଘୋଷ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଅନେକ ଟି୨୦ ଲିଗ ଖେଳିଛନ୍ତି । ନିକଟରେ ଅନୁଷ୍ଠିତ ଏର୍ମଜିଙ୍ଗ ଏସିଆ କପ ଟୁର୍ଣ୍ଣାମେଂଟରେ ଶ୍ରେୟଙ୍କା ପ୍ରଭାବୀ ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ । ସେହିପରି ଆଇପିଏଲରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ପକ୍ଷରୁ ଖେଳି ୭ଟି ମ୍ୟାଚରୁ ୬ଟି ୱିକେଟ ନେଇଥିଲେ ।

Leave A Reply

Your email address will not be published.