Latest Odisha News

BREAKING NEWS

ପ୍ରିନ୍ସପାଲ ନେଇଗଲେ ମୋବାଇଲ, ଗଛରେ ଝୁଲିପଡିଲେ ଛାତ୍ର

ଖୋର୍ଦ୍ଧା:  ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା । ପ୍ରନ୍ସିପାଲ୍ ମୋବାଇଲ ନେଇଯିବାରୁ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ରଜଣଙ୍କ ନାମ ପାବିଲ୍ୟାସ କର୍ଜି । ଘର ଗଜପତି ଜିଲା ହୁମାରେ ହୋଇଥିବା ବେଳେ ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ ଥିବା ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ ।

ସୂଚନା ଅନୁସାରେ, ବିଦ୍ୟାଳୟ ହଷ୍ଟେଲ ପରିସର ଭିତରେ ମୋବାଇଲ ବ୍ୟବହାର ପାଇଁ ଅନୁମତି ନଥିବା ବେଳେ ଗତକାଲି ରାତିରେ ଛାତ୍ରଜଣକ ଏକ ମୋବାଇଲରେ କାହା ସହ କଥା ହେଉଥିଲେ । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ଜାଣିବା ପରେ ଉକ୍ତ ଛାତ୍ରଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ପରେ ଆଜି ସକାଳୁ ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ହଷ୍ଟେଲ କତୃପକ୍ଷ ତୁରନ୍ତ ମୃତ ଛାତ୍ରର ପରିବାର ଲୋକ ଓ ପୋଲିସକୁ ସୂଚନା ଦେଇଥିଲେ । ସୂଚନାପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପ୍ରକୃତରେ ମୋବାଇଲ ପାଇଁ ଛାତ୍ରଟି ଆତ୍ମହତ୍ୟା କରିଛି ନା ଏହା ପଛରେ ଆଉ କଣ କାରଣ ଅଛି ସେନେଇ ଛାନଭିନ ଚଳେଇଛି ପୋଲିସ । ସେପଟେ ଖବରପାଇ ମୃତ ଛାତ୍ରର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.