Latest Odisha News

BREAKING NEWS

ଅଗଷ୍ଟ ୧୦ ଯାଏଁ ଓଡିଶାର ଏହି ଜିଲ୍ଲାରେ ସଟଡାଉନ୍

ନବରଙ୍ଗପୁର: ନବରଙ୍ଗପୁରରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ୍ ପକ୍ଷରୁ ଅଗଷ୍ଟ ୮ରୁ ୧୦ ତାରିଖ ଯାଏଁ ଜିଲ୍ଲାରେ ସଟଡାଉନ୍ ଘୋଷଣା କରାଯାଇଛି ।

ଏନେଇ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି ଯେ ଏହି ସଟଡାଉନ୍ ଅଗଷ୍ଟ ୮ ତାରିଖ ସକାଳ ୫ଟାରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରୀ ଯାଏଁ ଲାଗୁ ରହିବ ।

ତେବେ ଏହି ସଟଡାଉନ୍ ଅବଧି ମଧ୍ୟରେ କେବଳ ଅତ୍ୟାବଶ୍ୟକ ସେବା ଖୋଲା ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୧ଟି କରୋନା ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୫୬ରେ ପହଞ୍ଚିଛି ।

Leave A Reply

Your email address will not be published.