Latest Odisha News

୨ କରୋନା ଯୋଦ୍ଧାଙ୍କୁ ମିଶାଇ ମାଲକାନଗିରିରେ ୮ ଶହ ଡେଇଁଲା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୦୯ରେ ପହଞ୍ଚିଛି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୭ଟି ମାଲକାନଗିରି ପୌରାଞ୍ଚଳ, ୬ଟି କୋରୁକୋଣ୍ଡା ବ୍ଲକ୍‌, ୪ଟି ବାଲିମେଳା ଏନଏସି, ୩ଟି ମୈଥିଲି ବ୍ଲକ୍‌, ୨ ଜଣ ଲେଖାଏଁ ଚିତ୍ରକୋଣ୍ଡା, ଖଇରାପୁଟ ଏବଂ ମାଲକାନଗିରି ବ୍ଲକରୁ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ ୨ ଜଣ କୋଭିଡ ଯୋଦ୍ଧା ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ମୋଟ୍ ୩୬୧ କରୋନା ସକ୍ରିୟ ମାମଲା ରହିଥିବା ବେଳେ ୪୪୬ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହାଛଡା ୨ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.