Latest Odisha News

BREAKING NEWS

ଅସୁସ୍ଥ ହାତୀର ମୃତ ଦେହ ଉଦ୍ଧାର, ନର୍ଲା ରେଞ୍ଜରୁ ଠାବ କଲା ବନବିଭାଗ

କଳାହାଣ୍ଡି: ଅସୁସ୍ଥ ହାତୀର ମୃତ ଦେହ ଉଦ୍ଧାର । ନର୍ଲା ରେଞ୍ଜରୁ ଠାବ କଲା ବନବିଭାଗ । ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସନ୍ଦେହ । କିଛି ଦିନ ହେବ ଅସୁସ୍ଥ ହାତୀକୁ ଚିକିତ୍ସା କରୁଥିଲେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ।

ସୂଚନା ଅନୁସାରେ, ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧିନରେ ଥିବା କମର୍ଦା ସେକ୍ସନର  ଗନ୍ଧାରବାରୁ ଗାଁ ନିକଟରେ  ଗତକାଲି ଗୋଟିଏ ଜଙ୍ଗଲୀ ହାତୀ ଅସୁସ୍ଥ ଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ନର୍ଲା ବନ ବିଭାଗର ଅଧିକାରୀ ପ୍ରଶାନ୍ତ ପାଲଙ୍କ ତତ୍ତ୍ଵାବଧାନରେ ବନ୍ୟ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀ ମାନେ ଉକ୍ତ ହାତୀଟିର ଚିକିତ୍ସା କରିଥଲେ । କିନ୍ତୁ ବିଳମ୍ବିତ ରାତିରେ ହାତୀଟିର ମୃତ୍ୟୁ ହୋଇଥିଲା । ତେବେ କଣ ପାଇଁ ହାତୀଟି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କଲା  ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ  । ତେବେ ମୃତଦେହର ବ୍ୟବଛେଦ ପରେ ମୃତ୍ୟୁର ସଠିକ କାରଣ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ବନ ବିଭାଗର ଅଧିକାରୀ ।

 

Leave A Reply

Your email address will not be published.