Latest Odisha News

BREAKING NEWS

ପଠାନର ସୀକ୍ୱେଲରେ ନିର୍ଦ୍ଦେଶନା ଦେବେନି ସିଦ୍ଧାର୍ଥ

ମୁମ୍ବାଇ: ୨୦୨୩ରେ ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲେ । ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ସଲମାନ ମଧ୍ୟ ଅଭିନୟ କରିଥିଲେ । ଏହା ପରେ ସଲମାନଙ୍କ ଟାଇଗର ୩ରେ ଶାହାରୁଖ ମଧ୍ୟ କ୍ୟାମିଓ କରିଥିଲେ । ରିପୋର୍ଟ ମୁତାବକ ପଠାନର ସୀକ୍ୱେଲରେ ସିଦ୍ଧାର୍ଥ ନିର୍ଦ୍ଦେଶନା ଦେବେନି । ୱାଇଆରଏଫର ଆଦିତ୍ୟ ଚୋପ୍ରା ପଠାନ ୨ ପାଇଁ ନୂତନ ନିର୍ଦ୍ଦେଶକଙ୍କୁ ଏହି ଦାୟିତ୍ୱ ଦେବାକୁ ଚାହୁଁଛନ୍ତି । ସ୍ପାଇ ୟୁନିଭର୍ସର ଫିଲ୍ମ ଦେଖିବା ବେଳେ ଦର୍ଶକଙ୍କୁ ଯେପରି ସର୍ବନା ମନୋରଞ୍ଜନର ନୂତନ ଅଭିଜ୍ଞତା ଆସୁଥିବ । ସେଥିପାଇଁ ସେ ନିର୍ଦ୍ଦେଶକଙ୍କୁ ରିପିଟ କରିବାକୁ ଚାହୁଁ ନାହାନ୍ତି ।

ପଠାନ ୨ରେ କିଏ ନିର୍ଦ୍ଦେଶନା ଦେବେ ତାହା ଚୂଡାନ୍ତ ହୋଇ ନାହିଁ । ତେବେ ଟାଇଗର ଭର୍ସେସ ପଠାନରେ ସିଦ୍ଧାର୍ଥ ନିର୍ଦ୍ଦେଶନା ଦେବେ । ଏଥିରେ ଶାହାରୁଖ ଓ ସଲମାନଙ୍କୁ ଦର୍ଶକ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ । ପଠାନ ୨ ସ୍ପାଇ ୟୁନିଭର୍ସର ୮ମ ଫିଲ୍ମ ହେବ । ପୂର୍ବରୁ ଏକ ଥା ଟାଇଗର, ୱାର, ଟାଇଗର ଜିନ୍ଦା ହେ ପରି ଫିଲ୍ମ ବକ୍ସ ଅଫିସର ଭଲ ବ୍ୟବସାୟ କରିଛି ।

Leave A Reply

Your email address will not be published.