Latest Odisha News

BREAKING NEWS

ଗ୍ରାହକ ଜମା ଟଙ୍କା ଉଠାଇ ନେବାରୁ ବନ୍ଦ ହୋଇଗଲା ବ୍ୟାଙ୍କ

ନୂଆଦିଲ୍ଲୀ: ଆମେରିକୀୟ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବାର ପ୍ରଭାବ ଭାରତୀୟ ଷ୍ଟକ ମାର୍କେଟ ଉପରେ ପଡ଼ିଛି । ଆଜି ସ୍ୱଳ୍ପ ବୃଦ୍ଧି ସହ ବାଣିଜ୍ୟ ଆରମ୍ଭ ହୋଇଥିବା ବେଳେ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଛି । ବିଏସ୍ଇ ସେନସେକ୍ସ ୧୦୦୦ ଅଙ୍କରୁ ଅଧିକ ହ୍ରାସ ପାଇଛି ।

ତେବେ ଆସନ୍ତୁ ଜାଣିବା ସିଲିକନ୍ ଭ୍ୟାଲି ବ୍ୟାଙ୍କ ବିଷୟରେ । ଏହି ଆମେରିକୀୟ ବ୍ୟାଙ୍କର ମୁଖ୍ୟା କାର୍ଯ୍ୟାଳୟ କାଲିଫର୍ଣ୍ଣିଆରେ । ଏବେ ଏହି ବ୍ୟାଙ୍କୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ୨୦୨୧ ମସିହାରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ ପାଖରେ ୧୮୯ ଅରବ ଡଲାର ଜମା ଥିଲା ।

ଆଉ ଗତ ୨ ବର୍ଷରେ ବ୍ୟାଙ୍କ ଗ୍ରାହକଙ୍କ ଜମା ଟଙ୍କାରେ ଅରବ ଡଲାରର ବଣ୍ଡ କିଣିଥିଲା । କିନ୍ତୁ ବଣ୍ଡରେ ବ୍ୟାଙ୍କକୁ ଅଧିକ ସୁଧ ମିଳି ନଥିଲା । ଆଉ ଏହାରି ଭିତରେ ଫେଡରାଲ୍ ରିଜର୍ଭ ବ୍ୟାଙ୍କ, ଟେକ୍ନୋଲୋଜି ସହ ଜଡ଼ିତ କମ୍ପାନୀ ଲାଗି ସୁଧ ହାର ବଢ଼ାଇ ଦେଇଥିଲେ ।

ଯାହାର ସିଧାସଳଖ ପ୍ରଭାବ ପଡ଼ିଥିଲା ସିଲିକନ୍ ଭ୍ୟାଲି ବ୍ୟାଙ୍କ ଉପରେ । କାରଣ SVBର ଅଧିକାଂଶ ଗ୍ରାହକ ଟେକ୍ନୋଲୋଜି କମ୍ପାନୀ । ଯେଉଁମାନଙ୍କୁ ବ୍ୟବସାୟ ପାଇଁ ଟଙ୍କା ଦରକାର । ଫଳରେ ଗ୍ରାହକ ବ୍ୟାଙ୍କରୁ ଟଙ୍କା ଉଠାଇବା ଆରମ୍ଭ କରିଥିଲେ । ସୁଧ ହାର ବଢ଼ିବା କାରଣରୁ ଟେକ୍ନୋଲୋଜି କମ୍ପାନୀରେ ନିବେଶକ ହ୍ରାସ ପାଇଥିଲେ । ଫଣ୍ଡିଂ ନ ମିଳିବାରୁ କମ୍ପାନୀ ବ୍ୟାଙ୍କରୁ ବଳକା ଜମା ରାଶି ବାହାର କରି ନେଇଥିଲେ । ଲଗାତାର ଗ୍ରାହକ ଟଙ୍କା ବାହାର କରିବାରୁ ବ୍ୟାଙ୍କକୁ ସମ୍ପତ୍ତି ବିକିବାକୁ ପଡ଼ିଥିଲା ।

ମାର୍ଚ୍ଚ ୮ରେ ବ୍ୟାଙ୍କ ଅନେକ ସିକ୍ୟୁରିଟିକୁ କମ୍ ଦରରେ ବିକ୍ରି କରିଥିଲା । ଏଥିସହ ବାଲାନ୍ସ ସିଟକୁ ମଜଭୁତ୍ କରିବା ଲାଗି ୨.୨୫ ଅରବ ଡଲାରର ନୂଆ ସେୟାର ବିକ୍ରି ଲାଗି ଘୋଷଣା କରିଥିଲା । ଯାହାକୁ ନେଇ ନିବେଶକ ଡରିଯିବା ସହ ବ୍ୟାଙ୍କରୁ ଜମା ଉଠାଇବା ଆରମ୍ଭ କରିଥିଲେ ।

ଏହା ପରେ ଗୁରୁବାର ସିଲିକନ୍ ଭ୍ୟାଲି ବ୍ୟାଙ୍କର ଷ୍ଟକ ହ୍ରାସ ପାଇଥିଲା । ଫଳରେ ଅନ୍ୟ ବ୍ୟାଙ୍କର ସେୟାର ମଧ୍ୟ ଖସିଥିଲା । ଶୁକ୍ରବାର ସକାଳ ସୁଦ୍ଧା ନିବେଶକ ନ ମିଳିବାରୁ ବ୍ୟାଙ୍କର ସେୟାରକୁ ବନ୍ଦ କରି ଦିଆଯାଇଥିଲା ।

Leave A Reply

Your email address will not be published.