Latest Odisha News

BREAKING NEWS

ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପ: ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ସିନ୍ଧୁ

ନୂଆଦିଲ୍ଲୀ: ମାଲେସିଆର ଶାହ ଆଲେମରେ ଚାଲିଥିବା ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଭାରତର ପିଭି ସିନ୍ଧୁ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ୨ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ କ୍ୱାର୍ଟର ଫାଇନାଲରେ ଚୀନର ହି ଉଆଙ୍ଗ ଜିୟାଓଙ୍କୁ ୨୧-୯, ୧୩-୨୧ ଓ ୨୧-୧୯ରେ ପରାସ୍ତ କରିଥିଲେ । ଏହା ପୂର୍ବରୁ ୨୦୧୪ରେ ସିନ୍ଧୁ ଏହି ପ୍ରତିଯୋଗିତାର ବ୍ରୋଞ୍ଜ ପଦକ ଜିତିଥିଲେ ।

ପୁରୁଷ ଡବଲ୍ସରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଜାପାନର ଅକିରା କୋଗା ଓ ତାଇଚି ସାଇତୋଙ୍କୁ ୨୧-୧୭ ଓ ୨୧-୧୫ରେ ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କ୍ୱାର୍ଟରରେ ସେମାନେ ମାଲେସୀୟ ଯୋଡି ଆରୋନ ଚିୟନ ଓ ସୋହ ଉଇ ୟିକ ଯୋଡିଙ୍କୁ ଭେଟିବେ । ପୁରୁଷ ସିଙ୍ଗଲ୍ସରେ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟରରେ ୱେଙ୍ଗ ହୋଙ୍ଗଙ୍କୁ ଭେଟିବେ ।

Leave A Reply

Your email address will not be published.