Latest Odisha News

ଛାତିରେ କୁନି ଶିଶୁ ଚାପି ରାମ୍ପକୁ ଓହ୍ଲାଇଲେ ମଡେଲ, କରତାଳିରେ କମ୍ପିଲା ହଲ୍

ନୂଆଦିଲ୍ଲୀ:  ଗୋଟିଏ ପଟେ ବୃତ୍ତି ଓ ଅନ୍ୟ ପଟେ ମମତା  । କାହାକୁ ଛାଡ଼ିବ ?  କାହାକୁ ଛାଡିବା ତା ପକ୍ଷେ ସମ୍ଭବ ନୁହେଁ । ସମସ୍ତଙ୍କୁ ଧରି ତାକୁ ଚାଲିବାକୁ ପଡ଼ିବ  ।   ଆଉ ସବୁଥିରେ ବି ନିଜ ଦକ୍ଷତା ବି ଦେଖାଇବାକୁ ପଡ଼ିବ  ।  ଧାନ ରୋଇବା ହେଉ ବା ରାମ୍ପରେ ଚାଲିବା ହେଉ.. । ସେଥିପାଇଁ ତ ସେ ମା’ ।  ଏମିତି ଜଣେ ମା’ଙ୍କ କାହାଣୀ ଆମେ କହିବାକୁ ଯାଉଛୁ  ଯାହା ଆପଣଙ୍କ ହୃଦୟକୁ ଛୁଇଁ ଯିବ ।

ଏକ ଆଦିବାସୀ ଫ୍ୟାଶନ ସୋ ଚାଲିଥାଏ । ଆଦିବାସୀ ଅଳଙ୍କାର ସାଙ୍ଗକୁ ପାହିଡୀ ଶାଢୀ ପିନ୍ଧି ମଡେଲ ମାନେ ରାମ୍ପଓ୍ୱକ କରୁଥାନ୍ତି । ଏହି ସମୟରେ ଜଣେ ମେଡେଲ ନିଜର ଛୋଟ ଛୁଆକୁ କୋଳରେ ଧରି ରେମ୍ପଓ୍ୱକ କରିବାକୁ ଆସିଲେ  ।

ଏ ରାମ୍ପ ସୋ  ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା । ମନ୍ତ୍ରମୁଗ୍ଧ ହୋଇ ସମସ୍ତେ ଚାହିଁ ରହିଥିଲେ ।  ଦର୍ଶକଙ୍କର ତାଳିରେ କମ୍ପି ଉଠିଥିଲା ପରିବେଶ । ମଡେଲ ଜଣକ ହେଉଛନ୍ତି ଝାରଖଣ୍ଡ ରାଞ୍ଚିର ଆଲିସା ଗୌତମ ଓରାନ୍ । ଯାହାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଆଲିସାଙ୍କ କହିବାନୁସାରେ, ଡିଜାଇନର ସୁମଙ୍ଗଳ ନାଗଙ୍କ ଫ୍ୟାଶନ ସୋରେ ଆଲିସାଙ୍କ ସହିତ ତାଙ୍କ ୧୦ ମାସର ଝିଅ ମଧ୍ୟ ଆସିଥିଲେ । ରେମ୍ପଓ୍ୱକ ଚାଲିଥିବା ସମୟରେ ତାଙ୍କ ପାଳି ଯେତେବେଳେ ଆସିଲା, ଝିଅ ତାଙ୍କୁ ଛାଡିବାକୁ ନାରାଜ ଥିଲା । ତେଣୁ ସେ ତାଙ୍କ ଝିଅକୁ ଏକ ଟାୱେଲରେ ଘୋଡେଇ ରାମ୍ପକୁ ଆସିଥିଲେ । ଆସିଗଲେ ସିନା, କିନ୍ତୁ ଲୋକଙ୍କର ପ୍ରତିକ୍ରିୟା କଣ ରହିବ ସେ ନେଇ ଚିନ୍ତାରେ ଥିଲେ । ହେଲେ ଦର୍ଶକ  କରତାଳି ଦେଇ ତାଙ୍କୁ ଉତ୍ସାହିତ କରିଥିଲେ ।

ଏ ସମ୍ପର୍କରେ ମତ ଦେଇ ଆଲିସା କହିଛନ୍ତି,  ଯଦି ମା ଛୁଆକୁ ନେଇ ଜମିରେ ହଳ କରି ପାରୁଛି ତେବେ ରାମ୍ପରେ କାହିଁକି ଚାଲିପାରିବ ନାହିଁ । ଛୁଆ ଜନ୍ମ ହେଲା ପରେ କ୍ୟାରିୟର ସରିଯାଇ ନଥାଏ ବୋଲି ଆଲିସା କହିଛନ୍ତି ।

ଆଲିସା ଛୋଟ ବେଳୁ ମଡେଲ ହେବା ପାଇଁ ଇଚ୍ଛା କରୁଥିଲେ  । କିନ୍ତୁ ପରିସ୍ଥିତି ତାଙ୍କୁ ରାଞ୍ଚିରୁ ବହାରକୁ ଯିବାକୁ ଅନୁମତି ଦେଲା ନାହିଁ । ପରେ ନିଜ ପସନ୍ଦରେ ଜଣେ ସିନେମାଟୋଗ୍ରାଫରଙ୍କୁ ବିବାହ କରିଥିଲେ । ଦୁଇ ଝିଅ ହେଲା ପରେ ସେ ମଡେଲିଂ କରୁଛନ୍ତି ।

ନିଜକୁ ଫିଟ ରଖିବା ପାଇଁ ସେ ସବୁ କାମ କରନ୍ତି । ଏହା ସହ ନିଜ ଛୁଆକୁ ନେଇ ଘରର ସବୁ କାମ ମଧ୍ୟ କରିଥାନ୍ତି । ଆଲିସା ଗାନ୍ଧିନଗର ନିଫଟ୍ (NIFT)ରୁ ପଢିବା ପରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ଏ ପର୍ଯ୍ୟନ୍ତ ସେ ୧୨ ସୋ’ କରିସାରିଲେଣି । ୨୦୨୧ ଟ୍ରାଇବାଲ ବିୟୁଟି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ ରହିଥିଲେ ।

Leave A Reply

Your email address will not be published.