Latest Odisha News

BREAKING NEWS

ରାଜ୍ୟରେ ୬ ଜିଲ୍ଲା କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛିା ଏହାରି ଭିତରେ ସଂକ୍ରମଣମୁକ୍ତ ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦୁଝର, ନୟାଗଡ, ପୁରୀ, କୋରାପୁଟ, କଳାହାଣ୍ଡି ସହିତ ଗଜପତି ଜିଲ୍ଲା ଏବେ କରୋନା ସଂକ୍ରମଣମୁକ୍ତ ଜିଲ୍ଲା ବୋଲି ଜଣା ପଡିଛି । ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଏକ୍ସଇ ଚିହ୍ନଟ ହୋଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟରେ ସଂକ୍ରମଣ କମନି ଅନେର ଆଶ୍ୱସ୍ତି ଦେଇଛି । ବିଜୟ ମହାପାତ୍ର କହିଛନ୍ତି, ଏକ୍ସଇ ପ୍ରକରଣର ଇଂଲଣ୍ଡରୁ ଚିହ୍ନଟ ହୋଇଥିଲା । ଏହା ଅଧିକ ମାତ୍ରାରେ ସଂକ୍ରମିତ ହେଉଛି କିନ୍ତୁ ଏହାର ଭୟାବହ ନୁହେଁ । ଯିଏ ଏକ୍ସଆଇ ସଂକ୍ରମଣରେ ସଂକ୍ରମିତ ବୋଲି କୁହାଯାଉଛି ତାଙ୍କର ରିପୋର୍ଟ କେନ୍ଦ୍ର ପାଖକୁ ଆସିନି । କିନ୍ତୁ ଯିଏ ଚିହ୍ନଟ ହୋଇଛନ୍ତି ତାଙ୍କ ପାଖରେ କରୋନାର ଲକ୍ଷଣ ନାହିଁ । ରାଜ୍ୟରେ ଏହି ସଂକ୍ରମଣ ଦେଖାଦେଲେ ନିୟନ୍ତ୍ରଣ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.