Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ଅଧିନାୟକ ଦୌଡରେ ହାର୍ଦ୍ଦିକ, ଧାୱନ

ମୁମ୍ବାଇ: ଆଇପିଏଲ ସମାପ୍ତ ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ । ଏହି ଗସ୍ତରେ ଖେଳାଯିବାକୁ ଥିବା ୫ଟି ଟି୨୦ ମ୍ୟାଚରେ ସିନିୟର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ରିଷଭ ପନ୍ତ ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ । ଇଂଲଣ୍ଡ ସିରିଜକୁ ଆଖି ଆଗରେ ରଖି ବୋର୍ଡ ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ଖେଳାଳିମାନଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଖର ଧାୱନଙ୍କ ମଧ୍ୟରୁ ଜଣଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇପାରେ । ଆଇପିଏଲରେ ବ୍ୟକ୍ତିଗତ ପ୍ରଦର୍ଶନ ଓ ଅଧିନାୟକ ଦକ୍ଷତାରେ ହାର୍ଦ୍ଦିକ ପ୍ରଭାବିତ କରିଛନ୍ତି ।

ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଲାୟନ୍ସ ପ୍ରଥମ ଦଳ ଭାବେ ପ୍ଲେଅଫରେ ପ୍ରବେଶ କରିଛି । ୭ମାସ ପରେ ତାଙ୍କର ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତନ ହେବ । ଜୁନରେ ହେବାକୁ ଥିବା ଏହି ସିରିଜର ମ୍ୟାଚଗୁଡିକ ଫିରୋଜଶାହ କୋଟଲା, କଟକ, ବିଶାଖପଟନମ, ରାଜକୋଟ ଓ ବାଙ୍ଗାଲୋରରେ ଖେଳାଯିବ । ଦକ୍ଷିଣଆଫ୍ରିକା ପରେ ଆୟର୍ଲାଣ୍ଡ ବିପକ୍ଷରେ ମଧ୍ୟ ୨ଟି ଟି୨୦ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.