Latest Odisha News

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ । ଡିଆରଜି, ସିଆରପିଏଫ ୨୨୯ ଓ କୋବ୍ରା ବାହିନୀର ମିଳିତ ଅପରେସନ ବେଳେ ମୁହାଁ ମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ ।

ସୂଚନା ଅନୁସାରେ, ଗତକାଲି ହୋଲି ଉତ୍ସବ ବେଳେ ବାସାଗୁଡାରେ ତିନି ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଥିଲେ ନକ୍ସଲ । ଏହାପରେ ସେହି ସ୍ଥାନରେ ନକ୍ସଲମାନଙ୍କ ଉପସ୍ଥିତି ନେଇ ସନ୍ଦେହ କରିଥିଲେ ସୁରକ୍ଷାବାହୀନି । ଏହାପରେ ଚିକୁରବାଟି-ପୁସବାକା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ଡିଆରଜି, ସିଆରପିଏଫ ଓ କୋବ୍ରା କର୍ମଚାରୀଙ୍କ ମିଳିତ ଟିମ୍ । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ଜାଣି ପ୍ରଥମେ ନକ୍ସଲମାନେ ଗୁଳି ଚାଳନା କରିଥିଲେ । ପ୍ରତିଉତ୍ତରରେ ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁଳି ଚଳାଇଥିଲେ ।

ଦୀର୍ଘ ସମୟ ଧରି ନକ୍ସଲମାନଙ୍କ ପ୍ଲାଟୁନ୍ ନମ୍ବର ୧୦ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । କିଛି ସମୟ ପରେ ଉକ୍ତ ସ୍ଥାନରୁ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ ଗୋଷ୍ଠି । ଏହାପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ କରିବା ବେଳେ ଜଙ୍ଗଲ ଭିତରୁ ୬ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲେ । ନିହତ ନକ୍ସଲମାନଙ୍କ ମୃତଦେହ ସହ ବିଭିନ୍ନ ମାଓ ସାମଗ୍ରୀ ମଧ୍ୟ ଜଙ୍ଗଲ ମଧ୍ୟରୁ ଉଦ୍ଧାର କରାଯାଇଛି । ଏବେବି ଉକ୍ତ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଦ୍ଵାରା ସର୍ଚ୍ଚ ଅପରେସନ ଜାରି ରହିଛି ।

 

Leave A Reply

Your email address will not be published.